ଭୁବନେଶ୍ୱର: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜିଏସ୍ଟି ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।ଗିରଫ ଅଧିକାରୀ ଜଣଙ୍କ ହେଲେ ମାନସ ରଞ୍ଜନ ବେହେରା । ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍ଟି, ଏନ୍ଫୋର୍ସମେଣ୍ଟ ୟୁନିଟ୍ର ଅଧିକାରୀଙ୍କ ଠାରୁ ଲାଞ୍ଚ ନେବାବେଳେ ଟ୍ରାକ୍ କରିବାରେ ସଫଳ ହୋଇଛି ଓଡିଶା ଭିଜିଲାନ୍ସ । ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚରେ ସରକାରୀ ନିୟମ ମୁତାବକ ୭୯,୨୦୦ ଟଙ୍କାର ଜିଏସ୍ଟି ଜୋରିମାନା ପୈଠ କରି ସାରିଥିଲେ ମଧ୍ୟ ତାଙ୍କର ଅଟକ ରଖାଯାଇଥିବା ଗାଡିକୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ ମାନସ । ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ କାବୁ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀମାନେ ମାନସଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିବା ସହ ତାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢଉ ଚାଲିଛି । ଏହି ସଂଯୋଗରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ମାନସ ବିରୋଧରେ ତଦନ୍ତ ଜାରି ରହିଛି ।