29.1 C
Bhubaneswar
Thursday, May 9, 2024
Homeସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ-୨୦୨୪ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା : ୨୫ ବର୍ଷ ବୟସରେ ଘର ଛାଡ଼ି...

ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା : ୨୫ ବର୍ଷ ବୟସରେ ଘର ଛାଡ଼ି ହିନ୍ଦୁ ଧର୍ମର ପ୍ରଚାର କରୁଥିଲେ ସ୍ୱାମୀ ବିବେକାନନ୍ଦ

ଭୁବନେଶ୍ୱର : ଜାନୁଆରି ୧୨କୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ୧୮୬୩ରେ କୋଲକାତାରେ ଜନ୍ମ ହୋଇଥିଲେ ବିବେକାନନ୍ଦ। ବିବେକାନନ୍ଦଙ୍କ ପିଲାବେଳର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ। କେହି କେହି ତାଙ୍କୁ ବିଲେ ବି ଡାକୁଥିଲେ। ବିବେକାନନ୍ଦଙ୍କ ବାପା ବିଶ୍ୱନାଥ ଦତ୍ତ କୋଲକାତା ହାଇକୋର୍ଟର ଓକିଲ ଥିଲେ। ତାଙ୍କ ମା’ ଭୁବେନଶ୍ୱରୀ ଦେବୀ ଆଧ୍ୟାତ୍ମିକ ବିଚାର ରଖୁଥିବା ମହିଳା ଥିଲେ। ୧୮୮୧ ମସିହାର ନଭେମ୍ବର ମାସରେ ଗୁରୁ ରାମକୃଷ୍ଣ ପରମହଂସଙ୍କ ସହିତ ସାକ୍ଷାତ ବିବେକାନନ୍ଦ ଜୀବନ ଧାରାଟିକୁ ପରିବର୍ତ୍ତିତ କରିଦେଇଥିଲା।ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୫ ବର୍ଷ ବୟସରେ ସେ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ଵରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ।ବିବେକାନନ୍ଦ ନିଜର ଶେଷ ଜୀବନ ବେଲୁଡ଼ ମଠରେ ଅତିବାହିତ କରିଥିଲେ। ସନ୍ଧ୍ୟାରେ ବେଲୁଡ ମଠର ଧ୍ୟାନ କଲାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ତାଙ୍କର ବୟସ ଥିଲା ୩୯ ବର୍ଷ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking