28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, ବଦଳିବ ପ୍ଲାଷ୍ଟିକ ବ୍ୟାଗ୍‌ର ଘନତ୍ତ୍ୱ

ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, ବଦଳିବ ପ୍ଲାଷ୍ଟିକ ବ୍ୟାଗ୍‌ର ଘନତ୍ତ୍ୱ

ନୂଆଦିଲ୍ଲୀ: ଗତ ଶୁକ୍ରବାର ପ୍ଲାଷ୍ଟିକ କପ୍‌, ସ୍ପୁନ୍‌, ପ୍ଳେଟ୍ ଭଳି ଏକକ ପ୍ଲାଷ୍ଟିକ ବ୍ୟବହାର ସାମଗ୍ରୀର ଉତ୍ପାଦନ, ବ୍ୟବହାର ଏବଂ ବିକ୍ରୟ ଉପରେ ଆସନ୍ତା ବର୍ଷ ଜୁଲାଇ ୧ରୁ ପ୍ରତିବନ୍ଧକ ଲଗାଯିବ ବୋଲି ସରକାର ଘୋଷଣା କରିଛନ୍ତି ।
ତେବେ ଭାରତକୁ ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି ବୋଲି ଜଣାଇଛନ୍ତି । ତେବେ ଆସନ୍ତା ବର୍ଷ ଜୁଲାଇ ୧ ସୁଦ୍ଧା ଏହି ନିୟମ ଲାଗୁ ହେବ ବୋଲି ଘୋଷଣା ହୋଇଛି ।

ଏହି ନିଷେଦ୍ଧାଦେଶ ସହ ସରକାର ପଲିଥିନର ଘନତା ଉପରେ ମଧ୍ୟ କିଛି ନିୟମ ଲାଗୁ କରିଛି । ନିୟମ ଅନୁସାରେ ପଲିଥିନର ଘନତାକୁ ୫୦ ମାଇକ୍ରନ୍‌ରୁ ୧୨୦ ମାଇକ୍ରନ୍‌କୁ ବୃଦ୍ଧି କରାଯାଇଛି । ପଲିଥିନ ବ୍ୟାଗ୍ ଗୁଡ଼ିକର ଘନତା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୩୦ରେ ଆରମ୍ଭ ହେବ ଏବଂ ୭୫ ମାଇକ୍ରନ୍‌ରୁ କମ୍ ବ୍ୟାଗ୍ ଉପରେ ପ୍ରତିବନ୍ଧକ ଲଗାଯିବ । ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୩୧ରୁ ଆରମ୍ଭ ହେବ । ଯେଉଁଥିରେ ୧୨୦ ମାଇକ୍ରନ୍‌ରୁ କମ୍ ବ୍ୟାଗ୍ ଉପରେ ପ୍ରତିବନ୍ଧକ ଲଗାଯିବ ।

ପରିବେଶ ମନ୍ତ୍ରଣାଳୟଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ଭାରତର ନାଗରିକମାନେ ଏହି ନିୟମ ବିଷୟରେ ଜାଣିବାକୁ ପାଇଥିଲେ । ବିଜ୍ଞପ୍ତିରେ ‘ଏକକ ବ୍ୟବହାର ପ୍ଲାଷ୍ଟିକ’ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ, ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ଜିନିଷ ଗୁଡ଼ିକ ରିସାଇକେଲ କରାଯିବା ପୂର୍ବରୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ । ତେବେ ପୁନଃ ବ୍ୟବହାର କରିହେଉଥିବା ପ୍ଲାଷ୍ଟିକ ଜିନିଷ ଉପରେ ଘନତ୍ତ୍ୱର ନିୟମ ଲାଗୁ ହେବ ନାହିଁ । ଏହି ବ୍ୟାଗ୍ ଗୁଡ଼ିକର ନିର୍ମାତା ଏବଂ ବ୍ରାଣ୍ଡ ମାଲିକମାନେ ଏହାକୁ ବ୍ୟବହାର କିମ୍ବା ବିକ୍ରୟ କରିବା ପୂର୍ବରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)କୁ ଏକ ପ୍ରମାଣ ପତ୍ର ଦେବାକୁ ବାଧ୍ୟ ବୋଲି ନିୟମରେ ଉଲ୍ଲେଖ ଅଛି ।

ବିଜ୍ଞପ୍ତିରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସ୍ଥାପନ ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ଦାୟୀ ରହିବେ । ଏହା ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପୃଥକିକରଣ, ସଂଗ୍ରହ, ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ଉପଯୁକ୍ତ ନିଷ୍କାସନ ନିଶ୍ଚିନ୍ତ କରିବାକୁ ଏହି ସଂସ୍ଥା ଗୁଡ଼ିକ କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking