43.9 C
Bhubaneswar
Friday, April 19, 2024
Homeଓଡିଶାରାକ୍ଷୀ ପୂର୍ଣ୍ଣମୀରେ ଭାଇଙ୍କ ବ୍ୟତୀତ ଆଉ କାହାକୁ ରାକ୍ଷୀ ଦିଆଯାଏ

ରାକ୍ଷୀ ପୂର୍ଣ୍ଣମୀରେ ଭାଇଙ୍କ ବ୍ୟତୀତ ଆଉ କାହାକୁ ରାକ୍ଷୀ ଦିଆଯାଏ

ଭୁବନେଶ୍ୱର: ଭାଇ ଭଉଣୀଙ୍କ ଅତୁଟ ସଂପର୍କ ଓ ପ୍ରେମର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା କାହିଁ କେଉଁ କାଳରୁ ଚାଲି ଆସୁଛି । ହିନ୍ଦୁ ଶାସ୍ତ୍ର ଅନୁସାରେ, ପ୍ରତି ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପର୍ବ ପାଳନ କରାଯାଏ । ଏମିତିରେ ପ୍ରତି ବର୍ଷ ଅର୍ଥାତ ୨୦୨୧ରେ ଶ୍ରାବଣ ମାସର ପୂର୍ଣ୍ଣିମା ୨୨ ଅଗଷ୍ଟରେ ପଡିଥାଏ ଓ ଏହି ପର୍ବ ଅତି ଆନନ୍ଦର ସହ ପାଳନ କରାଯାଏ ।
ଚଳିତ ଥର ପୂର୍ଣ୍ଣିମା ୨୧ ତାରିଖ ଅଗଷ୍ଟ ୨୦୨୧ରୁ ଆରମ୍ଭ ହୋଇଯିବ । ଯାହା ରବିବାର ୨୨ ଅଗଷ୍ଟ ୨୦୨୧ ସନ୍ଧ୍ୟା ୫.୩୧ ପର୍ଯ୍ୟନ୍ତ ରହିବ । ତେବେ ଆଜି ଆମେ ଆପଣଙ୍କୁ ରାକ୍ଷୀ ସହ ଜଡିତ ଏକ ଏମିତି କଥା କହିବାକୁ ଯାଉଛୁ, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କର ଉନ୍ନିତ ହୋଇଥାଏ ।
ମାନ୍ୟତା ରହିଛି ଯେ, ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀଙ୍କୁ ପ୍ରଥମେ ଶ୍ରୀଗଣେଷଙ୍କୁ ରାକ୍ଷୀ ବାନ୍ଧିବା ଉଚିତ । ସେହିଭଳି ରାକ୍ଷୀ ଦିନ ହନୁମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ଶୁଭ ବୋଲି ଧରାଯାଏ ।
ହନୁମାନଙ୍କୁ ରାକ୍ଷୀ ବାନ୍ଧିଲେ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହୋଇଥାଏ ବା ଶାନ୍ତ ପଡିଥାଏ । ଅନ୍ୟପଟେ ଗଣେଷଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ଭଉଣୀଙ୍କ ସଂପର୍କରେ ଭଲ ପାଇବା, ସ୍ନେହ ପ୍ରେମ ବଢିଥାଏ । ଏହାସହିତ କୁହାଯାଏ କି କଳିଯୁଗ ଦେବତା ଶ୍ରୀଗଣେଷ ଓ ହନୁମାନଙ୍କୁ ରାକ୍ଷୀ ବାନ୍ଧିଲେ ଶୁଭ ଫଳ ମିଳିଥାଏ । ଆପଣ ମନ୍ଦିର ଯାଇ ଦୁଇ ଠାକୁରଙ୍କୁ ରାକ୍ଷୀ ବାନ୍ଧିପାରିବେ । ଆଉ ଯଦି ନ ଯାଇପାରୁଛନ୍ତି ତେବେ ଘରେ ହିଁ ଠାକୁରଙ୍କ ନିକଟରେ ରାକ୍ଷୀ ଅର୍ପଣ କରିପାରିବେ ।
ରାକ୍ଷୀ ପୂର୍ଣ୍ଣିମା ଦିନ ହନୁମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ସେହି ଦିନ ବ୍ରହ୍ମ ମୂହୁର୍ତ୍ତରୁ ସ୍ନାନ ସାରି ହନୁମାନଙ୍କ କୌଣସି ମନ୍ଦିରକୁ ଯାଆନ୍ତୁ ଓ ତାଙ୍କୁ ସିନ୍ଦୂର, ନାଲି ଚନ୍ଦନ, ନାଲି ଫୁଲ ଓ ଚାଉଳ ଅର୍ପଣ କରନ୍ତୁ । ଏହା ପରେ ହନୁମାନଙ୍କ ମନ୍ତ୍ରପାଠ କରି ରାକ୍ଷୀ ସୂତ୍ର ଅର୍ପଣ କରନ୍ତୁ । ପରେ ଦୀପ ଲଗାଇ ଫଳ ଭୋଗ କରନ୍ତୁ । ଏହାସହିତ ମନ୍ଦିର ପ୍ରାଙ୍ଗଣରେ ବସି ହନୁମାନ ଚାଳିଶା ପାଠ ମନେ ମନେ ପାଠ କରନ୍ତୁ । କୁହାଯାଏ ହନୁମାନଙ୍କୁ ରାକ୍ଷୀ ଅର୍ପଣ କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ଓ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ତେବେ ଆମେ ଯଦି ଗଣେଷ ଭଗବାନଙ୍କ କଥା କହିବା, ତେବେ ବିଶ୍ୱାସ ରହିଛି ଯେ, ଭଗବାନ ଶିବ ଓ ପାର୍ବତୀ ସଂପୂର୍ଣ୍ଣ ବିଶ୍ୱର ମାତା ପିତା ଭାବରେ ପୂଜା ପାଉଥିବାରୁ ତାଙ୍କ ପୂତ୍ର ଶ୍ରୀଗଣେଷଙ୍କୁ ଭାଇର ସମ୍ମାନ ଦିଆଯାଏ । ଏହି ମାନ୍ୟତାକୁ ଅନୁସରଣ କରି ଆଜି ସମଗ୍ର ଦୁନିଆରେ ଭଉଣୀ ଭାଇ ଗଣେଷ ଭଗବାନଙ୍କୁ ରାକ୍ଷୀ ଅର୍ପଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking