29.1 C
Bhubaneswar
Thursday, May 2, 2024
Homeଅପରାଧଝିଆରୀ ହତ୍ୟାକାରୀ ଦାଦାକୁ କୋର୍ଟ ଚାଲାଣ:ଛତୁଆ କଂସାରେ ଗୋଡ଼ ପୁରାଇ ଦେବାରୁ ଦାଦାର ଶକ୍ତ ଚାପୁଡ଼ାରେ...

ଝିଆରୀ ହତ୍ୟାକାରୀ ଦାଦାକୁ କୋର୍ଟ ଚାଲାଣ:ଛତୁଆ କଂସାରେ ଗୋଡ଼ ପୁରାଇ ଦେବାରୁ ଦାଦାର ଶକ୍ତ ଚାପୁଡ଼ାରେ ଟଳି ପଡ଼ିଥିଲା ୪ ବର୍ଷର ଝିଆରୀ

କେନ୍ଦ୍ରାପଡ଼ା,୨୧/୧୦:ଶେଷରେ ଝିଆରୀ ହତ୍ୟାକାରୀ ଦାଦାକୁ ମହାକଳପଡ଼ା ଥାନା ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁ ଦୈତାରୀ ବେହେରାଙ୍କର ୪ ବର୍ଷର ଝିଅ ମଧୁସ୍ମୀତା ଗତ ୧୮ ତାରିଖ ସକାଳେ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରି ମଧୁସ୍ମୀତାକୁ ପାଇନଥିଲେ । ଶେଷରେ ଗ୍ରାମର ଜଣେ ବ୍ୟକ୍ତି ଦୈତାରୀ ବେହେରାଙ୍କ ବାଡ଼ି ପଟକୁ ଯାଇ ମଧୁସ୍ମୀତାକୁ ଖୋଜିଥିଲା ଓ ବାଡ଼ି ପଟରେ ଥିବା ଧାନ ବିଲର ଧାନ ଗଛ ଗୁଡ଼ିକ ଆଡ଼େଇ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲା । ଧାନ ଗଛଗୁଡ଼ିକ ଏପରି ଆଡ଼େଇ ହୋଇ ପଡ଼ିଥିଲା ଯେ କୋଣସି ଲୋକ ସେହି ଧାନ କିଆରି ଭିତରକୁ ଯାଇଥିôବା ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ମଧୁସ୍ମୀତାକୁ ଖୋଜୁଥିବା ଲୋକ ଜଣକ ସେହି ବାଟ ଦେଇ ଯାଇ ଭଲ ଭାବରେ ଧାନ କିଆରୀ ଭିତରକୁ ଚାହିଁବାରୁ ମଧୁସ୍ମୀତାର ଗୋଟିଏ ଗୋଡ଼ ଦେଖିବାକୁ ପାଇଥିଲା । ଶେଷରେ ଗାଁ ଲୋକେ ଧାନ କିଆରୀ ଭିତରକୁ ଯାଇ ମଧୁସ୍ମୀତାର ମୃତ ଶରୀର ଧାନ କିଆରି କାଦୁଅ ଭିତରେ ପୋତା ଯାଇଥିବା ଦେଖିବାକୁ ପାଇଥିଲେ । ତେବେ ଆଖପାଖ କେହି ଲୋକ ବା ମଧୁସ୍ମୀତାର ଅତି ନିକଟ ସମ୍ପର୍କୀୟ କେହି ମଧୁସ୍ମୀତାକୁ ମାରି ଧାନ କିଆରି ଭିତରେ ପୋତି ଦେଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଖବର ପାଇ ମହାକଳପଡ଼ା ଥାନା ପୁଲିସ ବାଙ୍କିଛନ୍ଦା ଗାଁରେ ପହଂଚି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଦୈତାରୀ ବେହେରାଙ୍କ ପାଖ ପଡ଼ୋଶୀଙ୍କ ସମେତ ନିକଟ ସମ୍ପର୍କୀୟଙ୍କୁ ଥାନାକୁ ଡାକି ନେଇ ମଧୁସ୍ମୀତା ମୃତ୍ୟୁ ସମ୍ପର୍କରେ ପଚରା ଉଚରା କରିବା ପରେ ମଧୁସ୍ମୀତାର ଦାଦା ଅଧିକାରୀ ବେହେରା ମଧୁସ୍ମୀତାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଗତ ୧୮ ତାରିଖ ସକାଳେ ମଧୁସ୍ମୀତାର ବାପା ଦୈତାରୀ କାମ କରିବାକୁ ଚାଲିିଯିବା ପରେ ମଧୁସ୍ମୀତାର ମାଆ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲା । ଏହି ସମୟରେ ମଧୁସ୍ମୀତାର ଦାଦା ଅଧିକାରୀ ବାଡ଼ି ପଟରେ ଖାଇବା ପାଇଁ ଏକ ବେଲାରେ ଛତୁଆ ରଖିଥିଲା ଓ ମଧୁସ୍ମୀତା ବାଡ଼ି ପଟରେ ଖେଳୁ ଖେଳୁ ଛତୁଆ ବେଲାରେ ଗୋଡ଼ ପୁରାଇ ଦେବାରୁ ଛତୁଆ ଢାଳି ହୋଇ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ ଅଧିକାରୀ ମଧୁସ୍ମୀତା ଉପରେ ଉତକ୍ଷିପ୍ତ ହୋଇ ମଧୁସ୍ମୀତାକୁ ଏକ ବ୍ରହ୍ମ ଚାପୁଡ଼ା ମାରିଥିଲା । କିନ୍ତୁ ଚାପୁଡ଼ା ବାଜିଥିଲା ଯାଇ ମଧୁସ୍ମୀତାର କାନ ମୂଳରେ । ଦାଦା ଅଧିକାରୀର ବ୍ରହ୍ମ ଚାପୁଡ଼ାରେ ସଜ୍ଞାହୀନ ହୋଇପଡ଼ିଥିଲା ମଧୁସ୍ମୀତା । ମଧୁସ୍ମୀତାର ଚେତା ଫେରାଇବାକୁ ଅଧିକାରୀ ତା’ ମୁଣ୍ଡ ଉପରେ ଆଣି ପାଣି ଢାଳିଥିଲେ ବି ଚେତା ଫେରି ନଥିଲା । ଶେଷରେ ଅଧିକାରୀ ମଧୁସ୍ମୀତାକୁ ଘୋଷାଡ଼ି ଘୋଷାଡ଼ି ନେଇ ଧାନ କିଆରି ଭିତରେ କାଦୁଅରେ ପୋତି ଦେଇଥିଲା ବୋଲି ପୁଲିସ ନିକଟରେ ସ୍ୱିକାର କରିଛି । ସୂଚନା ଯୋଗ୍ୟ ଯେ ଅଧିକାରୀ ଗାଁରେ ଚୋରା ମଦ ବେପାର କରେ । ଗତ କିଛି ଦିନ ପୂର୍ବେ ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ଘର ଉପରେ ଚଢଉ କରାଯାଇଥିଲା । ଏହି ଚଢଉ ସମୟରେ ଚପଳମତି ମଧୁସ୍ମୀତା ଅବକାରୀ ବିଭାଗ ପୁଲିସକୁ ଅଧିକାରୀ ମଦ ରଖୁଥିବା ସ୍ଥାନକୁ କୌତୁହଳ ବଶତଃ ଦେଖାଇ ଦେଇଥିଲା । ଫଳରେ ଅବକାରୀ ପୁଲିସ ଅଧିକାରୀର ଚୋରା ମଦ ଜବତ କରିବା ସହିତ ଅଧିକାରୀକୁ ଗିରଫ କରିଥିଲା ଓ ଅଧିକାରୀ ବହୁ ଖର୍ଚ୍ଚାନ୍ତ ହୋଇ କିଛି ଦିନ ପୂର୍ବେ ଜାମିନ ପାଇ ଘରକୁ ଫେରିଥିଲା । ଏହି ଘଟଣାକୁ ନେଇ ଅଧିକାରୀ ମଧୁସ୍ମୀତା ଉପରେ ରାଗ ଗର ଗର ହୋଇ ରହିଥିଲା ଓ ସେଦିନ ସକାଳେ ଚପଳମତି ମଧୁସ୍ମୀତା ଛତୁଆ କଂସାରେ ଗୋଡ଼ ପୁରାଇ ଦେବାରୁ ଅଧିକାରୀର ରାଗ ପଂଚମକୁ ଉଠିଯାଇଥିଲା ଏବଂ ସେ ମଧୁସ୍ମୀତାକୁ ମାରିଥିଲା ବ୍ରହ୍ମ ଚାପୁଡ଼ା । ଯାହା ଫଳରେ କୋମଳମତି ୪ ବର୍ଷର ଝିଅ ମଧୁସ୍ମୀତାର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଝିଆରୀ ହତ୍ୟାକାରୀ ଅଧିକାରୀ ପୁଲିସ ନିକଟରେ ନିଜ ଅପରାଧ ସ୍ୱିକାର କରିବା ସହିତ ସୋମବାର ନିଜ କାରନାମାର ଡେମୋ ଦେଖାଇଛି । ଡେମୋ ପ୍ରଦଦର୍ଶନ ସମୟରେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ସମେତ ଜିଲ୍ଳାର ସ୍ୱତନ୍ତ୍ର ପୁଲିସ ସ୍କ୍ୱାର୍ଡ଼ ଓ ମହାକଳପଡ଼ା ଥାନା ପୁଲିସ ଉପସ୍ଥିତ ଥିଲେ । ଅଧିକାରୀକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking