34.1 C
Bhubaneswar
Friday, March 29, 2024
Homeଓଡିଶାଆରଏସପି ଜମି ଜବରଦଖଲକୁ ନେଇ ଗଣ୍ଡଗୋଳ, ୫ ଗିରଫ

ଆରଏସପି ଜମି ଜବରଦଖଲକୁ ନେଇ ଗଣ୍ଡଗୋଳ, ୫ ଗିରଫ

ରାଉରକେଲା: ଆରଏସପି ଜମି ଜବରଦଖଲକୁ ନେଇ କଳହର ସୂତ୍ରପାତ ହୋଇଥିବା ଖବର ମିଳିଛି । ଏନେଇ ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ମୁଣ୍ଡାବସ୍ତିରେ ଥିବା କୌଣସି ଏକ ଆରଏସପି ଜମିକୁୁ ନେଇ ସେହି ଅଂଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଜମି ବିବାଦକୁ ନେଇ ଯୁକ୍ତିତର୍କ ଲାଗିବା ସହ ପରବର୍ତୀ ଅବସ୍ଥାରେ କଳହର ସୂତ୍ରପାତ ହୋଇଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଗତକାଲି ଏନେଇ ଟାଙ୍ଗରପାଲୀ ଥାନାରେଏତଲା ଦାୟର ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲାରେ ପ୍ରଶାସନର ଅଗୋଚରରେ ବହୁମୂଲ୍ୟର ଆରଏସପି ଓ ସରକାରୀ ଜମି ଜବରଦଖଲ ହେଉଥିବା ପୂର୍ବରୁ ନଜିର ରହିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking