16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶବିଶାଳ ମାଛ ପେଟରୁ ଜୀବନ୍ତ ବାହାରିଲେ ବ୍ୟକ୍ତି

ବିଶାଳ ମାଛ ପେଟରୁ ଜୀବନ୍ତ ବାହାରିଲେ ବ୍ୟକ୍ତି

ନୂଆଦିଲ୍ଲୀ : ମଣିଷ ଯଦି ବିଶାଳ ସାମୁଦ୍ରିକ ଜୀବଙ୍କ କବଳରେ ପଡ଼ିଯାଏ, ତେବେ ମୁକୁଳିବା ଅସମ୍ଭବ । ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଏକ କାହାଣୀ ଶେୟାର କରିଛନ୍ତି । ଏକ ବିଶାଳ ସାମୁଦ୍ରିକ ଜୀବ କବଳରୁ ସେ କିପରି ରକ୍ଷା ପାଇଲେ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଏକ ତିମିର ପେଟରୁ ସେ ଜୀବନ୍ତ ବାହାରିଥିବା ଉଲ୍ଲେଖ କରିଛନ୍ତି ।

ତିମି ମାଛ ସାଧାରଣତଃ ଗଭୀର ସମୁଦ୍ରରେ ବାସ କରନ୍ତି । ଏମାନଙ୍କୁ ଶାନ୍ତ ଜୀବ ବୋଲି କୁହାଯାଏ । ଲୋକଙ୍କଠାରୁ ଏମାନେ ଦୂରରେ ରହନ୍ତି । ଅନ୍ୟପକ୍ଷେ, ଶାର୍କ ସୁଯୋଗ ପାଇଲେ ମଣିଷ ଉପରେ ଆକ୍ରମଣ କରିଥାନ୍ତି । କିନ୍ତୁ ତିମି ଏପରି କରିବା ବିରଳ । ଏଠାରେ କିନ୍ତୁ ତିମିର ଭିନ୍ନ ଆଚରଣ ଦେଖିବାକୁ ମିଳିଛି । ତିମି ପେଟରୁ ଜୀବନ୍ତ ବାହାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୫୭ ବର୍ଷୀୟ ବୁଡ଼ାଳି ମାଇକେଲ ପ୍ୟାକାର୍ଡ । ଦୀର୍ଘ ବର୍ଷରୁ ସେ ସମୁଦ୍ରରେ ବୁଡ଼ ଦେଇ ଅଦ୍ଭୁଦ ଜୀବ ଧରି ଆସୁଛନ୍ତି । ସେଗୁଡ଼ିକୁ ସେ ବଜାରରେ ବିକ୍ରି କରନ୍ତି ଏବଂ ବହୁତ ଭଲ ଆୟ କରନ୍ତି । ଥରେ ସେ ଏକ ବିଶାଳ କଙ୍କଡ଼ା ଧରିଥିଲେ । ସେବେଠାରୁ ତାଙ୍କ ନାମ ‘ଲୋବ୍‌ଷ୍ଟର ଡାଇଭର୍‌ (କଙ୍କଡ଼ା ବୁଡ଼ାଳି) ହୋଇଗଲା ।

ଏଥର କିନ୍ତୁ ସେ ଯେତେବେଳେ ଅଦ୍ଭୁତ ଜୀବ ଅନ୍ୱେଷଣ ଲାଗି ସମୁଦ୍ରରେ ବୁଡ଼ ଦେଲେ, ସିଧା ଏକ ତିମି ପେଟକୁ ଚାଲିଗଲେ । ତିମି ପେଟକୁ ଯିବା ପରେ ସେ ନିଜ ସନ୍ତାନ ଓ ପତ୍ନୀଙ୍କ କଥା ମନେପକାଇଲେ । ସେ ଭାବିଲେ ଯେ ଶାର୍କ ପେଟରେ ଅଛନ୍ତି । କିନ୍ତୁ ତାହା ତିମି ଥିଲା । ତିମି ପେଟରେ ୩୦ ସେକେଣ୍ଡ ରହିବା ପରେ ସେ ଅନୁଭବ କଲେ ଯେ ଏହା ତାଙ୍କୁ ହଜମ କରିପାରିବ ନାହିଁ । ତେଣୁ ସେ ବାନ୍ତି କରିବାକୁ ଉଦ୍ୟମ କଲା । ତା’ର ବାନ୍ତି ଦ୍ୱାରା ମାଇକେଲ ବାହାରି ଆସିଲେ । ୩୦ ସେକେଣ୍ଡ ତିମି ପେଟରେ ରହିବା ପରେ ବାହାରକୁ ଫେରିବେ ବୋଲି ସେ ବିଶ୍ୱାସ କରିନଥିଲେ । ତିମି ପେଟକୁ ଯିବା ସମୟରେ ଓ ବାହାରିବା ସମୟରେ ସେ ଆଦୌ କ୍ଷତାକ୍ତ ହୋଇନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking