34.1 C
Bhubaneswar
Saturday, May 9, 2026
Homeଓଡିଶାଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ

ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ

ବାରିପଦା : ବାରିପଦା ବନାଞ୍ଚଳରେ ଆତଙ୍କ ଖେଳାଉଥିଲା ନରହନ୍ତା ହାତୀ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ୪ ଦିନ ଧରି ୪ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କରିଛି ଆକ୍ରମଣ। ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ହାତୀଟି ଭୟରେ ଘରୁ ବାହାରୁ ନଥିଲେ ଅଞ୍ଚଳବାସୀ। ହାତୀଟିକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲା ବନ ବିଭାଗ। ଶେଷରେ ଗତକାଲି ରାତିରେ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ। ବାରିପଦା ବନାଞ୍ଚଳର ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ ଜେସିବି ସାହାଯ୍ୟରେ ବାହାରକୁ ଅଣା ଯାଇଥିଲା। ଏହି ହାତୀଟିକୁ କପିଳାସ ସ୍ଥିତ ବନ୍ୟ ଜନ୍ତୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking