22.1 C
Bhubaneswar
Wednesday, January 22, 2025
Homeଅପରାଧସାମାନ୍ୟ ବଚସାରୁ ପୁଅକୁ ହତ୍ୟାକଲା ବାପା

ସାମାନ୍ୟ ବଚସାରୁ ପୁଅକୁ ହତ୍ୟାକଲା ବାପା

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ ଅଘଟଣ ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ପୁଅକୁ ହତ୍ୟା କଲା ବାପା । ବାପାର ଟେଣ୍ଟା ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି । ଜଗତସିଂହପୁର ସଦର ଥାନା ଅଧୀନ କାଦୁଅପଡ଼ା ପଞ୍ଚାୟତ ରାଇଦଣ୍ଡା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସୁଦର୍ଶନ ଭୋଇ ତାଙ୍କ ସ୍ତ୍ରୀକୁ ସାମାନ୍ୟ କଥାକୁ ନେଇ ଆକ୍ରମଣ କରୁଥିବା ସମୟରେ ପୁଅ ଦିଲୀପ କୁମାର ଭୋଇ ତାଙ୍କୁ ବିରୋଧ କରିଥିଲେ । ବାପା ସୁଦର୍ଶନ ଓଲଟା ପୁଅକୁ ଏକ ଟେଣ୍ଟାରେ ବେକକୁ ମରଣାତ୍ମକ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରେ ପୁଅ ଦିଲୀପର ମୃତ୍ୟୁ ଘଟିଥିଲା । ଜଗତସିଂହପୁର ସଦର ଥାନ ପୁଲିସ ପହଞ୍ଚି ହତ୍ୟାକାରୀ ବାପା ସୁଦର୍ଶନକୁ ନିଜ ହେପାଜତକୁ ନେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଦିଲୀପର ମୃତଦେହ ଜବତ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking