34.1 C
Bhubaneswar
Saturday, May 18, 2024
Homeଅପରାଧପ୍ରେମିକ ସହ କଥା ହେବାରୁ ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ

ପ୍ରେମିକ ସହ କଥା ହେବାରୁ ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ

ଲକ୍ଷ୍ନୌ: ପ୍ରେମିକ ସହ ମୋବାଇଲରେ କଥା ହେବ ପଡି଼ଲା ଭାରି । ପରିବାର ଆଗରେ ଧରା ପଡ଼ିବା ପରେ ନାବାଳିକାଙ୍କୁ କୁରାଢ଼ୀରେ ହାଣି ହତ୍ୟାକଲେ ନିଜ ପରିବାର ଲୋକ । ଘଟଣା ବିଷୟରେ ଜଣା ପଡିବା ପେର ପୋଲିସ ପହଞ୍ଚି ଯୁବତୀଙ୍କ ଭାଇ ସମେତ ତିନି ଜଣଙ୍କୁ ଗିରଫ କରିଛି । ତେବେ ଏଭଳି ଏକ ଅନରକିଲିଂ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାରେ । ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କୌଶମ୍ବି ଜିଲ୍ଲା ସରାୟ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ୧୭ ବର୍ଷିୟ ନାବାଳିକାଙ୍କର ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ।

ଦୁଇଜଣ ଉଭୟ ଉଭୟଙ୍କୁ ଦେଖା ହେବା ସହ ମୋବାଇଲରେ କଥା ହେଉଥିଲେ । ତେବେ ପ୍ରେମିକ ଜଣକ ଅନ୍ୟ ସମ୍ପ୍ରଦାୟର ଥିଲେ । ଉଭୟଙ୍କ ପରିବାର ଲୋକ ଦୁଇଜଣଙ୍କ ସମ୍ପର୍କ ବିସୟରେ ଜାଣିବା ପରେ ସେମାନଙ୍କୁ କଥା ହେବା ପାଇଁ ବିରୋଦ୍ଧ କରିଥିଲେ । ତଥାପି ଦୁହେଁ ପରିବାର ଠାରୁ ଲୁଚିଛପି ମୋବାଇଲରେ କଥା ହେଉଥିଲେ । ତେବେ ଶନିବାର ନାବାଳିକା ଯୁବତୀ ଜଣଙ୍କ ମଧ୍ୟ ନିଜ ପ୍ରେମିକ ସହ କଥା ହେଉଥିଲେ । ଏହି ସମୟରେ ନାବାଳିକାଙ୍କ ବାପା ମାଆ ତାଙ୍କୁ କଥା ହେବାର ଦେଖି ଦେଇଥିଲେ । ତେବେ ଏହାକୁ ନେଇ ଘରେ ଝଗଡ଼ା ଆରମ୍ଭ ହୋଇଥିଲା । ତେବେ ଝଗଡାରେ ଉତ୍ଖୀପ୍ତ ହୋଇ ନାବାଳିକାଙ୍କ ବାପା ଓ ଦୁଇ ଭାଇ ମିଶି ଯୁବତୀଙ୍କୁ ଏକ କୁରାଢ଼ିରେ ଆକ୍ରମଣ କରିଥିଲେ ।

ତେବେ ଘଟଣାସ୍ଥଳରେ ହିଁ ନାବାଳିକାର ମୃତ୍ୟୁ ହୋଇଥିଲା । ତେବେ ଏହାକୁ ନେଇ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ଜିଲ୍ଲା ଅଧିକାରୀ ସୁରଜ କୁମାର, ପୋଲିସ ଅଧିକ୍ଷକ ବ୍ରୁଜେଶ କୁମାର ଶ୍ରୀବାସ୍ତବ ପୋଲିସ ଫୋର୍ସ ସହ ଗାଁରେ ପହଞ୍ଚି ଥିଲେ । ଏହାସହ ଫରେନ୍ସିକ ଟିମକୁ ମଧ୍ୟ ଡକାଯାଇଥିଲା । ତେବେ ପୋଲିସ ମାମଲା ରୁଜୁ କରି ନାବାଳିକାଙ୍କ ବାପା ମନରାଖନ ଏବଂ ଦୁଇଭାଇ ଘନଶ୍ୟାମ ଓ ରାଧେଶ୍ୟାମକୁ ଗିରଫ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ମାମୁଙ୍କ କଥା ନଶୁଣିବାରୁ କାଠଫାଳିଆରେ ଭାଣେଜୀକୁ ଆକ୍ରମଣ କରିଥିଲା ମାମୁ । ତେବେ ଆକ୍ରମଣ ପରେ ଘଟଣା ସ୍ଥଳରେ ହିଁ ଭାଣେଜୀର ମୃତ୍ୟୁ ହୋଇଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହକୁ ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲେ ନୃଶଂସ ମାମୁ । ଏହି ଘଟଣାର ଦୁଇଦିନ ପରେ ପୋଲିସ ମୃତ ଦେହକୁ ଜବତ କରି ଅଭିଯୁକ୍ତ ମାମୁକୁ ଗିରଫ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking