36.1 C
Bhubaneswar
Saturday, May 18, 2024
Homeଅପରାଧନିଜ ଝିଅର ତଣ୍ଟି ଚିପି ହତ୍ୟା କଲେ ବାପା-ମା’

ନିଜ ଝିଅର ତଣ୍ଟି ଚିପି ହତ୍ୟା କଲେ ବାପା-ମା’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଜ୍ଜଫରନଗରରେ ନିଜ ଝିଅକୁ ହତ୍ୟା କଲେ ପିତାମାତା । ପ୍ରେମ ବ୍ୟାପାରକୁ ନେଇ ଉତ୍ତରପ୍ରଦେଶରେ ଏହି ଅନର କିଲିଂ ଦେଖିବାକୁ ମିଳିଛି । ପିତାମାତା ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତଦେହକୁ ଜବତ କରିବା ସହ ପିତାମାତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଯୁବତୀ ଜଣକ ପ୍ରେମିକଙ୍କ ପକ୍ଷରେ ବୟାନ ଦେବାକୁ ସ୍ଥିର କରିଥିଲେ । ଏ ନେଇ ପିତାମାତା ନିଜ ଝିଅକୁ ବି ହତ୍ୟା କରିବାକୁ ପଛାଇ ନାହାନ୍ତି ।

ପରିବାରର ସମ୍ମାନ ଉଦ୍ଦେଶ୍ୟରେ ଶେଷରେ ରକ୍ଷକ ସାଜିଛି ଭକ୍ଷକ । ଦମ୍ପତି ନିଜ ଝିଅକୁ ଶେଷରେ ହତ୍ୟା କରିଛନ୍ତି । ମୁଜ୍ଜଫରନଗର ଗୋୟଲା ଗାଁର ମୁଖିଆ ଧର୍ମପାଲ ହତ୍ୟା ସମ୍ପର୍କରେ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ଦମ୍ପତିଙ୍କୁ ଗିରଫ କରିଛି । ଗୋୟଲା ଗାଁର ଦମ୍ପତି ବିଜେନ୍ଦ୍ର ଓ କୁସୁମ ନିଜ ୧୯ ବର୍ଷୀୟ ଝିଅକୁ ହତ୍ୟା କରିବା ପରେ ନଦୀରେ ମୃତଦେହକୁ ଭସାଇ ଦେଇଥିଲେ। ତେବେ ପୋଲିସ ଶନିବାର ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ।

ରତନପୁରୀ ଗାଁର ଭନବାଡାରୁ ମୃତଦେହକୁ ଜବତ କରାଯାଇଛି । ଯୁବତୀ ଜଣକ ମେରଠ ମବାନା ଅଞ୍ଚଳର ଯୁବକ ରାହୁଲଙ୍କ ପ୍ରେମରେ ପଡ଼ିଥିଲେ । ରାହୁଲ ଯୁବତୀଙ୍କୁ ଗତ ବର୍ଷ ଉଠାଇ ନେଇଥିଲା । ଏନେଇ ଶାହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ୮ ମାସ ପରେ ଯୁବତୀଙ୍କୁ ଉଦ୍ଧା କରି ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଏବେ ରାହୁଲ ଜେଲରେ ରହିଛି । ତେବେ ଶନିବାର ଏହି ମାମଲାର ସାକ୍ଷ୍ୟ ପ୍ରଦାନ କରିବା ଲାଗି ଯୁବତୀ ଜଣକ ବାହାରିଥିଲେ । ଯୁବତୀ ଜଣକ ନିଜ ପ୍ରେମିକ ସପକ୍ଷରେ ବୟାନ ଦେବା ଜାଣିବା ପରେ ନିଜ ଝିଅକୁ ରାସ୍ତାରୁ ହଟାଇବା ଲାଗି ପିତାମାତା ମନସ୍ଥ କରିଥିଲେ । ଏ ନେଇ ଦମ୍ପତି ନିଜ ଝିଅକୁ ହତ୍ୟା କରିଥିଲେ । ପୋଲିସ ଏବେ ପିତା ବିଜେନ୍ଦ୍ର ଓ ମାଆ କୁସୁମଙ୍କୁ ଗିରଫ କରି ପଚରାଉଚରା କରୁଛି । ସେପଟେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରିବା ଲାଗି ହସ୍ପିଟାଲକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking