25.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶମନ୍ଦିରରୁ ଟଙ୍କା ନେଇ ଚମ୍ପଟ ମାରିଲା କର୍ମଚାରୀ  

ମନ୍ଦିରରୁ ଟଙ୍କା ନେଇ ଚମ୍ପଟ ମାରିଲା କର୍ମଚାରୀ  

ନୂଆଦିଲ୍ଲୀ : ଇସ୍କନ ମନ୍ଦିରରେ ଦୁର୍ନୀତି ।  ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ବୃନ୍ଦାବନରେ ସ୍ଥିତ ଇସ୍କନ ମନ୍ଦିରରୁ ସାମ୍ନାକୁ ଆସିଛି ଏଭଳି ଚକିତ କଲା ଭଳି ଘଟଣା।ସୂଚନା ମୁତାବକ, ଶ୍ରଦ୍ଧାଳୁଙ୍କୁ ସଦସ୍ୟ ଗ୍ରହଣ କରାଇବା ଏବଂ ଦାନ ନେବା ପାଇଁ ମନ୍ଦିର ପରିଚାଳନା ମୁରଲୀଧର ଦାସଙ୍କୁ ୩୨ ରସିଦ ପୁସ୍ତକ ଦେଇଥିଲା। ଏହି ରସିଦ ବହି ମାଧ୍ୟମରେ ମୁରଲୀଧର ଦାସ ଭକ୍ତଙ୍କଠାରୁ ଦାନ ନେଇଥିଲେ। ଦାନ କରିଥିବା ଟଙ୍କା ସଂଗ୍ରହ କରି ସମୟ ସମୟରେ ମନ୍ଦିର ପ୍ରଶାସନରେ ଜମା କରିବା ମୁରଲିଧର ଦାସଙ୍କ କାମ ଥିଲା। ତେବେ ମନ୍ଦିରର ସଦସ୍ୟତା ବିଭାଗରେ ପୋଷ୍ଟ ହୋଇଥିବା ମୁରଲୀଧର ଦାସ, ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଦାନକୁ ଅପବ୍ୟବହାର କରି ରସିଦ ପୁସ୍ତକ ସହିତ ଫେରାର ଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ପୁଲିସ ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିରର ଅନ୍ୟ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking