28.1 C
Bhubaneswar
Saturday, June 14, 2025
Homeଅପରାଧପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ....ତା'...

ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ….ତା’ ପରେ….

ନୂଆଦିଲ୍ଲୀ: କୁହାଯାଏ ବଡ଼ ଭଉଣୀ ମା’ ସମାନ । ବଡ଼ ଭଉଣୀ ସାନମାନଙ୍କୁ ମା’ ଭଳି ସ୍ନେହ ଆଦର କରିଥାଏ । ଘରେ ମାଆ ନଥିଲେ ବଡ଼ ଭଉଣୀ ସାନ ଭାଇ-ଭଉଣୀଙ୍କ ସବୁ କିଛି । ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା । ଏତିକିରେ କଥା ସରିନି । ଧରାପଡ଼ିଯିବା ଭୟରେ ବଡ଼ ଭଉଣୀ, ପ୍ରେମିକ ସହ ମିଶି ମୃତ ଦେହକୁ କାଟି ଖଣ୍ଡ ଖଣ୍ଡ କରିଦେଲା । ଆଉ ତାପରେ ଏସିଡ୍ ପକାଇ ମୃତଦେହର ଚିହ୍ନ ବର୍ଣ୍ଣ ଲିଭାଇବାକୁ ଚେଷ୍ଟା କରିଥିଲା । ହେଲେ ବିଫଳ ହେଲା ।

ଏସିଡ ପକାଇବା ପରେ ସେ ଘର ପଛ ପଟେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଭଉଣୀର ମୃତ ଦେହକୁ ଫିଙ୍ଗି ଦେଇଥିଲା । ବୈଶାଳୀର ସ୍ଥାନୀୟ ଏସ୍‌ପି ରବି ରଞ୍ଜନ କୁମାର କହିଛନ୍ତି ଯେ, ୧୩ ବର୍ଷିୟ ନାବାଳିକା ଅଭିଯୁକ୍ତର ଜଣେ ପୁଅ ସହ ପ୍ରେମ ସମ୍ପର୍କ ରହିଥିଲା । ପ୍ରେମିକ ଜଣକ ସେହି ପାଖ ଗାଁର । ମେ’ ୧୫ ତାରିଖ ରାତିରେ ସାନ ଭଉଣୀ କରୀନା, ବଡ଼ ଭଉଣୀ ଓ ତାର ପ୍ରେମିକକୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା । ଯେଉଁଥି ପାଇଁ ଉଭୟ କରୀନାର ହତ୍ୟା କରିବାକୁ ମନ ସ୍ଥିର କରିଥିଲେ । ଆଉ ଶେଷରେ ତାର ହତ୍ୟା ବି କରିଥିଲେ । ତା’ପରେ ଘର ଭିତରେ ଏକ ବାକ୍ସ ଭିତରେ ତାର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲେ । ଯେତେବେଳେ ମୃତଦେହଟି ପଚି ଦୁର୍ଗନ୍ଧ ବାହାରିବାକୁ ଲାଗିଲା, ସେତେବେଳେ ବଡ଼ ଭଉଣୀ ପ୍ରେମିକା ସହ ମିଶି ମୃତଦେହକୁ ଖଣ୍ଡ ଖଣ୍ଡ କରି ଏସିଡ୍ ପକାଇ ପୋଡ଼ିବାକୁ ଚେଷ୍ଟା କଲେ । ଆଉ ତାପରେ ଶବକୁ ଘର ପଛପଟେ ଫିଙ୍ଗି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking