28 C
Bhubaneswar
Wednesday, May 31, 2023
Homeଓଡିଶାବିଜେଡି ସରକାର କାରଣରୁ ଓଡିଶାବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ‘ପକ୍କାଘର’ : ପୃଥ୍ୱୀରାଜ ହରିଚନ୍ଦନ

ବିଜେଡି ସରକାର କାରଣରୁ ଓଡିଶାବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ‘ପକ୍କାଘର’ : ପୃଥ୍ୱୀରାଜ ହରିଚନ୍ଦନ

 ଓଡିଶାର ଗରିବ ଲୋକଙ୍କ ପାଇଁ ମୋଦି ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ରାଜ୍ୟ ସରକାର କେବେ ଦେବେ ଏବଂ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ

 ଯେଉଁ ତାଲିକା ପ୍ରସ୍ତୁତ ହେବ, ସେଥିରୁ ସଂପୂର୍ଣ୍ଣ ରୂପେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି ରାଜ୍ୟ ସରକାର?
 ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେଉଁ ସଠିକ୍ ତାଲିକା ପ୍ରସ୍ତୁତ ହେବ ସେ ତାଲିକାକୁ କେବେ ସାର୍ବଜନୀନ କରିବେ ରାଜ୍ୟ ସରକାର ?
 ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କେବେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ?
 ବିଧାନସଭା ଗୃହରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିବାବେଳେ ଆଜି ତାଲିକା ପ୍ରସ୍ତୁତ ହୋଇନଥିବା କଥା ବିଧାନସଭା ବାହାରେ କହୁଥିବା ବିଭାଗୀୟ ମନ୍ତ୍ରୀଙ୍କ କେଉଁ ବକ୍ତବ୍ୟ ସତ୍ୟ ?
 ଗରୀବ ବାସହୀନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଚିନ୍ତା ନାହିଁ କି ଚେତା ପଶିଲା ନାହିଁ

ଭୁବନେଶ୍ୱର, : ଚାଳ ଝୁମ୍ପୁରୀ ଘରେ ରହୁଥିବା ରାଜ୍ୟର ଗରିବ ବାସହୀନ ଲୋକଙ୍କୁ ପକ୍କା ଘରଟିଏ ଦେବା ପାଇଁ ରାଜ୍ୟ ସରକାର ବାରମ୍ବାର ଏବଂ ଲମ୍ବା ସମୟ ଧରି ପ୍ରବଂଚନା ଶିକାର କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଓଡିଶା ରାଜ୍ୟକୁ ପକ୍କା ଘର ଆବଂଟନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ସଠିକ୍ କ୍ରିୟାନ୍ୱୟନ କରୁନଥିବାରୁ ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ୍ ଆବାସ ପାଇଁ ସହାୟତା ଦେବା ସତ୍ୱେ ଓଡିଶା ଲୋକ ଘର ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୧୯ ମସିହା ପରଠାରୁ ଆବାସ ଗୃହ ପାଇଁ ବାସହୀନ ଯୋଗ୍ୟ ହିତାଧିକାରୀମାନେ ଅପେକ୍ଷା କରି ବସିଛନ୍ତି ଏବଂ ବିଜେଡି ସରକାର କାରଣରୁ ତାହା ଲୋକମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି ବୋଲି ଶ୍ରୀ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପକ୍କା ଘର ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ ହଜାର । କେନ୍ଦ୍ର ସରକାର ଆଜି ତାରିଖ ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁରୀ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ବର୍ଷେ ହେବ ମଞ୍ଜୁରୀ ମିଳିଥିବା ବଳକା ୯ଲକ୍ଷ ୫୯ହଜାର ୫୦୦ ଘର ପାଇଁ ଆଜି ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ କି ଏହାର ସଠିକ୍ କ୍ରିୟାନ୍ୱୟନ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ମସିହା ନଭେମ୍ବର ୧ ପୂର୍ବରୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ତାଗିଦା କରିବା ସହିତ ତତ୍ପରତାର ସହ ଘର ନିର୍ମାଣ ଶେଷ କରନ୍ତୁ ରାଜ୍ୟ ସରକାର ନଚେତ୍ ପେନାଲ୍ଟି ଦେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ୨୦୨୩ ମସିହା ଜୁନ୍ ମାସ ସୁଦ୍ଧା ପକ୍କା ଘର ନିର୍ମାଣ ପାଇଁ ଆଦେଶ ପତ୍ର ଦେବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା । ମେ’ ମାସ ସରିବାକୁ ବସିଥିବାବେଳେ ତଥାପି ରାଜ୍ୟ ସରକାରଙ୍କ ଏଥି ପାଇଁ କୈାଣସି ଚିନ୍ତା ନାହିଁ କି ଚେତା ପଶିଲା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ୨୦୧୯ ମସିହା ପରେ ୫-୫ ଥର ୱିଣ୍ଡୋ ଖୋଲା ହେଲେ ବି ରାଜ୍ୟ ସରକାର ଅପଲୋଡ୍ କଲେନାହିଁ । ଯେଉଁ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ, ତାହା ସଂପୂର୍ଣ୍ଣ ଉଦେ୍ଦଶ୍ୟ ପ୍ରଣୋଦିତ ଥିଲା । ରାଜ୍ୟ ସରକାର ୨୦୨୦ମସିହା ଫେବୃଆରୀରେ ଅଭିଯୋଗ ପତ୍ର ମାଗିଥିଲେ କିନ୍ତୁ ତାହାର ତର୍ଜମା କରାଗଲା ନାହିଁ । ୨୦୧୯ ମସିହା ସର୍ଭେରେ ହୋଇଥିବା ଭୁଲ୍ର ପୁନାରୁବୃତି କରି ୨୦୨୨ ମସିହା ସର୍ଭେରେ ମଧ୍ୟ ସେହି ଭୁଲ୍ ପୁଣି କଲେ । ରାଜନୈତିକ ହୀନ ଉଦେ୍ଦଶ୍ୟ ରଖି ସର୍ଭେ ହୋଇଥିଲା । ଆଜି ତାରିଖରେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ସଠିକ୍ ତାଲିକା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟରେ ଆବଶ୍ୟକ ହେଉଥିବା ପକ୍କାଘର ପାଇଁ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କ ପାଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ସଚିବ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ସାଢେ ଛଅ ଲକ୍ଷ ଘର ଆବଶ୍ୟକ ବୋଲି କୁହାଯାଇଥିବାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ୯,୫୯,୫୦୦ ଘର ଆବଂଟନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ମଞ୍ଜୁରୀ ପତ୍ର ପାଖରେ ରଖି କୌଣସି କାର୍ଯ୍ୟର ସଠିକ୍ କ୍ରିୟାନ୍ୱୟନ କରିପାରିଲେନାହିଁ । ଆଜି ତାରିଖରେ ବି ଓଡିଶାରେ ପାଖାପାଖି ୪ଲକ୍ଷ ଯୋଗ୍ୟ ହିତାଧିକାରୀ ବାକି ଅଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ବିଜେପି ତରଫରୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ଜଣେ ବି ଅଯୋଗ୍ୟ ହିତାଧିକାରୀ ଯଦି ରାଜ୍ୟରେ ଘର ପାଏ ତାହେଲେ ପରିଣାମ ଅତି ଭୟଙ୍କର ହେବ ବୋଲି ଶ୍ରୀ ହରିଚନ୍ଦନ ଚେତାଇ ଦେଇଛନ୍ତି ।
ଓଡିଶାର ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଗୋଟିଏ ଉତର ଦେଉଥିବାବେଳେ ବିଧାନସଭା ବାହାରେ ଅନ୍ୟ ଜବାବ୍ ରଖୁଛନ୍ତି । ବିଧାନସଭା ଗୃହରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିବାବେଳେ ଆଜି ତାଲିକା ପ୍ରସ୍ତୁତ ହୋଇନଥିବା କଥା ବିଧାନସଭା ବାହାରେ କହୁଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କ କେଉଁ ବକ୍ତବ୍ୟ ସତ୍ୟ, ତାହା ସ୍ପଷ୍ଟ ହେବା ଉଚିତ୍ । ଓଡିଶାର ଗରିବ ଲୋକଙ୍କ ପାଇଁ ମୋଦି ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ରାଜ୍ୟ ସରକାର କେବେ ଦେବେ ଏବଂ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରନ୍ତୁ । ଦ୍ୱିତୀୟରେ ଯେଉଁ ତାଲିକା ପ୍ରସ୍ତୁତ ହେବ, ସେଥିରୁ ସଂପୂର୍ଣ୍ଣ ରୂପେ ଅଯୋଗ୍ୟଙ୍କ ନାମ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରିବେ କି ? ତୃତୀୟରେ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେଉଁ ସଠିକ୍ ତାଲିକା ପ୍ରସ୍ତୁତ ହେବ ସେ ତାଲିକାକୁ କେବେ ସାର୍ବଜନୀନ କରିବେ ରାଜ୍ୟ ସରକାର ? ଚତୁର୍ଥରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ କେବେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ? ପକ୍କା ଘର ଆବଂଟନରେ ବାରମ୍ବାର ମିଛ କହି ପ୍ରବଚଂନା କରି ଆସୁଥିବା ବିଜେଡି ସରକାରକୁ ଶ୍ରୀ ହରିଚନ୍ଦନ ୪ ଟି ପ୍ରଶ୍ନ ପଚାରିବା ସହିତ ତାର ଜବାବ୍ ରଖିବାକୁ ଦାବୀ କରିଛନ୍ତି ।
ଚଂଚକତାରେ ରାଜ୍ୟ ସରକାର ପିଏଚ୍ଡି କରିଛନ୍ତି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ବିଭିନ୍ନ ବ୍ଲକ ଅଧିକାରୀମାନେ ପିଛିଲା ତାରିଖରେ ଗ୍ରାମସଭା ହୋଇଥିବା ଦର୍ଶାଇ ତାଲିକା ପ୍ରସ୍ତୁତ ହୋଇଥିବାର ମିଛ ପ୍ରଚାର ଧରାପଡିଲା । ରାଜ୍ୟର ଗରୀବ ବାସହୀନଙ୍କ ନାର୍ଯ୍ୟ ହକ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ଅଭିଯାନକୁ ବାସ୍ତବ ରୂପ ଦେବା ପାଇଁ ଭାରତୀୟ ଜନତାପାର୍ଟି ସଂକଳ୍ପବଦ୍ଧ । ଯଦି ରାଜ୍ୟ ସରକାର ନିଜର ଅକ୍ଷମତା ଓ ଅଯୋଗ୍ୟତା କାରଣରୁ ଓଡିଶା ପ୍ରଦେଶର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବେ ନାହିଁ ତେବେ ଭାରତୀୟ ଜନତାପାର୍ଟି ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସହ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking