17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଗୁଗୁଲରୁ ଦେଖି ଔଷଧ ଦେଉଥିଲେ ଡାକ୍ତର, ବାନ୍ଧିଲା ପୋଲିସ

ଗୁଗୁଲରୁ ଦେଖି ଔଷଧ ଦେଉଥିଲେ ଡାକ୍ତର, ବାନ୍ଧିଲା ପୋଲିସ

ଚେନ୍ନାଇ: ଗୁଗୁଲ ଦେଖି ଔଷଧ ଦେଉଥିଲେ ଡାକ୍ତର । ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ତାମିଲନାଡୁର ଥାନଝାବୁର ଜିଲ୍ଲାରୁ ଆସିଛି ଏଭଳି ଘଟଣା । ଗିରଫ ନକଲି ଡାକ୍ତର ହେଲେ ଡାକ୍ତର ସେମବିୟାନ । ଏହି ନକଲି ଡାକ୍ତରଙ୍କ ବୟସ ୩୫ ବର୍ଷ । ସେମବିୟାନ ଦିଲ୍ଲୀର ଏକ ନାମିଦାମୀ ହସ୍ପିଟାଲରେ କାମ କରୁଥିଲେ । ୨୦୧୩ ସେ ଋଷିଆରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ତାମିଲନାଡୁ ମେଡିକାଲ କାଉନସିଲରେ ନାମ ଲେଖାଇଥିଲେ । ତେବେ ତାମିଲନାଡୁ କାଉନସିଲରୁ ନମ୍ବର ମିଳିବା ପରେ ସେ ଭାରତ ମେଡିକାଲ କାଉନସିଲରେ ନାମ ଲେଖାଇଥିଲେ ।

ବର୍ତ୍ତମାନ ସେ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କର ଏବେ ବାହାଘର ହୋଇଥିବା ବେଳେ ସେ ଓ୍ବେବସାଇଟ୍ରେ ନିଜର ସ୍ନାତକ ସାର୍ଟିଫିକେଟ ଅପଲୋଡ କରିଥିଲେ । ଏହାପରେ ସେ ତାମିଲନାଡୁରେ ସ୍ଥାୟୀ ବାସିନ୍ଦା ଭାବେ ରହୁଥିଲେ । ତେବେ ଏହି ସମୟରେ ତାଙ୍କ ନାମରେ ଅନେକ ଇମେଲ ସହ ଅନେକ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବା ନେଇ ଏତଲା ଦାଖଲ କରାଯାଇଥିଲା । ମେଡିକାଲ କାଉନସିଲ ଏବଂ ଚେନ୍ନାଇ ପୋଲିସ କମିଶନରଙ୍କ ନିକଟର ମାମଲା ଦାଖଲ ପରେ ଏହା ଆନ୍ନା ନଗର ସାଇବର କ୍ରାଇମ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ପୋଲିସ ଇନ୍ସପେକ୍ଟର ଶାନ୍ତିଦେବୀଙ୍କ ସୁପାରିସକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ସେ ନକଲି ବୋଲି ଜାଣିବା ପରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking