27.1 C
Bhubaneswar
Monday, July 21, 2025
Homeଅପରାଧଭାଉଜ ସହ ଶାରୀରିକ ସଂପର୍କ ରଖି ସ୍ତ୍ରୀକୁ ମାରିଲା ପିଶାଚ ସ୍ୱାମୀ

ଭାଉଜ ସହ ଶାରୀରିକ ସଂପର୍କ ରଖି ସ୍ତ୍ରୀକୁ ମାରିଲା ପିଶାଚ ସ୍ୱାମୀ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗ୍‌ଝରନ୍‌ ଗାଁରେ ଘଟିଛି ଅଭାବନୀୟ ଘଟଣା । ଭାଉଜ ସହ ଶାରୀରିକ ସଂପର୍କ ରଖି ସ୍ତ୍ରୀକୁ ମାରିଲା ସ୍ୱାମୀ। ବାରମ୍ବାର ଭାଉଜ ସହ ଶାରୀରିକ ସମ୍ପର୍କ ରଖୁଥିବାରୁ ଏହାକୁ ପତ୍ନୀ ବାରଣ କରିବାରୁ ଭାଉଜ ସହ ମିଶି ପତ୍ନୀଙ୍କୁ ବିଷ ଖୁଆଇ ମାରିଦେଲେ ରାକ୍ଷସ ସ୍ୱାମୀ। ଅଭିଯୋଗ ଅନୁସାରେ ଅଭିଯୋଗକାରିଣୀଙ୍କ ଝିଅ ତପସ୍ମିନୀ ନାଗ ସାମାଜିକ ରୀତିନୀତି ଅନୁସାରେ ୭ ବର୍ଷ ତଳେ ବାଙ୍କିବାହାଲର ମହେଶ୍ୱର ନାଗଙ୍କୁ ବିବାହ କରିଥିଲେ। ଝିଅ ତପସ୍ୱିନୀଙ୍କ ଅନୁସାରେ ମହେଶ୍ୱର ତାଙ୍କ ଭାଉଜ ସରଜିନି ନାଗଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଗତ ଜାନୁଆରୀ ମାସ ୧୯ ତାରିଖ ଦିନ ସକାଳ ୭ ଘଣ୍ଟା ସମୟରେ ତପସ୍ୱିନୀ ତାଙ୍କ ସ୍ୱାମୀ ମହେଶ୍ୱରଙ୍କୁ କାହିଁକି ଭାଉଜ ସହ ଶାରୀରିକ ସଂପର୍କ ରଖୁଛ ବୋଲି କହିବାରୁ ମହେଶ୍ୱର, ତାଙ୍କ ଭାଉଜ ଏବଂ ସାଧ ନାଗ ତିନି ଜଣ ମିଶି କାଠଫାଳିଆରେ ତପସ୍ୱିନୀଙ୍କୁ ନିସ୍ତୁକ ମାଡ଼ ମାରି ଗାଳିଗୁଲଜ କରିଥିଲେ ଏବଂ ଏହାପରେ ତପସ୍ୱିନୀଙ୍କୁ ବିଷାକ୍ତ ଔଷଧ ଜୋର୍‌ଜବର୍‌ଦସ୍ତ ପିଆଇ ଦେଇଥିଲେ। ଏହାପରେ ତପସ୍ୱିନୀ ବେହୋସ୍‌ ହୋଇଯିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ମତେ ବିଷ ଔଷଧ ଖୁଆଇ ଦେଇଛନ୍ତି ବୋଲି ମା’ ଅଏଁଲାଙ୍କୁ କହିଥିଲେ ତପସ୍ୱିନୀ। ଏହାପରେ ତପସ୍ୱିନୀ ଅଧିକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ବଲାଙ୍ଗିର ଏସ୍‌ପିଙ୍କୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking