ଭୁବନେଶ୍ୱର: କନକ ନ୍ୟୁଜ ମେକର ୨୦୨୪ କାଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏଥିରେ ମତ ରଖିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି ୨୦୨୪ ଅନ୍ୟ ବର୍ଷଠାରୁ ଭିନ୍ନ । ୨୪ ବର୍ଷର ଶଆସନ ୨୦୨୪ରେ ବଦଳିଲା । ସରକାର ଯେଭଳି ଢଙ୍ଗରେ ବଦଳିଲା ତାହା ଆଲୋଚନାର ବିଷୟ ଅଟେ । ଏହା ଅସ୍ମିତାର ବିଜୟ ବୋଲି ମୁଁ ଭାବୁନାହିଁ । ମୋ ବିଚାରରେ ଅହଂକାରର ପରାଜୟ ଅଟେ । ଓଡିଆ ଭୋଟରଙ୍କୁ ବୋକା ଭାବିପାରିବା ନାହିଁ କହିଛନ୍ତି ଶ୍ରୀ ପଟ୍ଟନାୟକ ।