ସୋର : ଭୁବନେଶ୍ୱରର ଏକ ଅତିଥି ଭବନରେ କାର୍ଯ୍ୟ କରୁଥିବା ସୋରର ଜଣେ ଯୁବକ ଗତକାଲି ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସୋର ବ୍ଲକ ସରଶଂଖ ପଞ୍ଚାୟତ ବ୍ରାହ୍ମଣସାହି ଗ୍ରାମର ଭ୍ରମରବର ଜେନାଙ୍କ ପୁତ୍ର ଜୟନ୍ତ କୁମାର ଜେନା(୩୧) ଭୁବନେଶ୍ୱରସ୍ଥିତ ପୋଖରୀପୁଟ ଅଞ୍ଚଳର ଡିଆରଡିଓ ଅତିଥି ଭବନରେ କାମ କରୁଥିଲେ । ଗତ ରବିବାର ରାତିରେ ନବୀନ ନିବାସ ଆଗରେ କିରାସିନି ଢାଳି ଦେହରେ ନିଆଁ ଲାଗାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ୍ ଉଦ୍ଧାରକରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଜୟନ୍ତଙ୍କର ଆତ୍ମହତ୍ୟାର କାରଣ ଜଣାପଡ଼ିନାହୌିଁ ।