31.1 C
Bhubaneswar
Sunday, May 19, 2024
Homeଓଡିଶାଦକ୍ଷିଣ ଓଡ଼ିଶାର ମାନସିକ ରୋଗୀଙ୍କ ପାଇଁ ଶୁଭଖବର: ଏମ୍‌କେସିଜି ନିଶା ନିବାରଣ କେନ୍ଦ୍ରର ଇନ୍‌ଡୋର ସେବା...

ଦକ୍ଷିଣ ଓଡ଼ିଶାର ମାନସିକ ରୋଗୀଙ୍କ ପାଇଁ ଶୁଭଖବର: ଏମ୍‌କେସିଜି ନିଶା ନିବାରଣ କେନ୍ଦ୍ରର ଇନ୍‌ଡୋର ସେବା ଖୋଲିଲା

ବ୍ରହ୍ମପୁର:ମହାରାଜା କୃଷ୍ଟଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ହସପିଟାଲ୍‌(ଏମ୍‌କେସିଜି) ପରିସରସ୍ଥ ନିଶା ନିବାରଣ କେନ୍ଦ୍ର (ଡ୍ରଗ-ଡି-ଆଡିକ୍ସନ ସେଣ୍ଟର)ରେ ଇନ୍‌ଡୋର ଚିକିତ୍ସା ସେବା ଆଜି ଠାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଏମ୍‌କେସିଜି କଲେଜର ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ରବି ଶତପଥି ଉଦଘାଟନ କରିଛନ୍ତି । ଏହି ଅବସରରେ ଏମକେସିଜିର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଅବନି କାନ୍ତ ମିଶ୍ର, ଏମକେସିଜି ହସ୍‌ପିଟାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ନିଶା  ନିବାରଣ କେନ୍ଦ୍ରର ନୋଡାଲ ଅଧିକାରୀ ଡାକ୍ତର ବିଭୁକଲ୍ୟାଣ ସାହୁ ଉପସ୍ଥିତ ଥିଲେ । ଏହି ସେବା ଆରମ୍ଭ ହେବା ପରେ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ମାନସିକ ରୋଗୀଙ୍କ ପାଇଁ ଏହା ଏକ ଶୁଭ ଖବର ପାଲଟିଛି । କାରଣ ହଜାର ହଜାର  ନିଶାରେ ଆସକ୍ତ ବ୍ୟକ୍ତି ମାନେ ଏଠାରେ ରହି ସେବା ପାଇ ପାରିବେ । ଏଠାରେ ରହିଥିାବା ସ୍ୱତନ୍ତ୍ର ଡାକ୍ତର, ନର୍ସ, କର୍ମଚାରୀ ମାନେ ସେମାନଙ୍କୁ ଉଚିତ ଚିକିତ୍ସା ସେବା ପ୍ରଦାନ କରିବା ପରେ ସେମାନେ ବିଭିନ୍ନ ନିଶାର କବଳରୁ ମୁକ୍ତି ପାଇ ସାଧାରଣ ଜୀବନ ଯାପନ କରିପାରିବେ । ଇଣ୍ଡୋର ସେବା ନଥିôବାରୁ ଦୁରଦୁରାନ୍ତରୁ ରୋଗୀଙ୍କୁ ନେଇ ଏଠାକୁ ଆସୁଥିବା ସେମାନଙ୍କ ପରିଜନ ମାନେ ଅଧିକା ଖର୍ଚ୍ଚ କରୁଥିବା ସହ ବହୁ ସତର୍କତା ଅବଲମ୍ବନ କରି ମାନସିକ ରୋଗୀଙ୍କୁ ଆଣିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସଂପ୍ରତି ଏଠାରେ ଡାକ୍ତର ବିଭୁକଲ୍ୟାଣ ସାହୁଙ୍କ ସମେତ ଆଉ ଜଣେ ଡାକ୍ତର, ୭ ଜଣ ଷ୍ଟାଫ୍ ନର୍ସ ରହିଛନ୍ତି । ଏହା ବ୍ୟତୀତ ଏଠାରେ ଆଉ କେତେକ ଡାକ୍ତର, ନର୍ସ, ସାମାଜିକ ସେବକଙ୍କ ଆବଶ୍ୟକତା ରହିଛି । ସେମାନଙ୍କ ନିଯୁକ୍ତି ଆଗାମୀ କିଛି ଦିନ ମଧ୍ୟରେ ହେବ ।ର ସମ୍ଭାବନା ରହିଛି । ଏଠାରେ ମୋଟ ୩୦ଟି ଶଯ୍ୟା ରହିଛି । ଏହି କେନ୍ଦ୍ରଟି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିିକିତ୍ସା ଅଧିକାରୀଙ୍କ ନିୟନ୍ତ୍ରଣରେ ରହିବ । ତୃଣମୂଳ ସ୍ତରରେ ମାନସିକ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେମାନେ ନିଜ ସ୍ତରରେ ଏହି କାର୍ଯ୍ୟ କରିବା ସହ ଇଣ୍ଡୋର ସେବା ଆରମ୍ଭ ହେବା ନେଇ ଜନସାଧାରଣଙ୍କୁ ସୁଚନା ଦେବେ । ଆଜି କା ସ୍ଥିତିରେ ସମାଜର ଅନେକ ବ୍ୟକ୍ତିମାନେ ବିଭିନ୍ନ କାରଣରୁ ନିଶାର ଆଶ୍ରୟ ନେଉଛନ୍ତି । ଏହାର ପରିଣତି ବେଳେ ବେଳେ ଦୁଃଖଦ ହେଉଛି । ତେଣୁ ଏହି କେନ୍ଦ୍ର ସେଭଳି ସମସ୍ୟାର ସମାଧାନ କରିପାରିବ ବୋଲି ଡାକ୍ତର ବିଭୁ କଲ୍ୟାଣ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking