28.1 C
Bhubaneswar
Tuesday, May 21, 2024
Homeଓଡିଶାଅକାଳରେ ପ୍ରାଣ ହରାଇଥିବା ସଲିମଙ୍କ ମୃତ ଶରୀର ଦିଲ୍ଲୀରୁ ଓଡ଼ିଶା ଫେରିଲା

ଅକାଳରେ ପ୍ରାଣ ହରାଇଥିବା ସଲିମଙ୍କ ମୃତ ଶରୀର ଦିଲ୍ଲୀରୁ ଓଡ଼ିଶା ଫେରିଲା

ଭଦ୍ରକ : ଭଦ୍ରକ ଜିଲ୍ଲାର ୪୦ବର୍ଷିୟ ବାସିନ୍ଦା ସଲିମ ଖାନ୍ ଦୀର୍ଘ ୧୫ବର୍ଷ ଧରି ଦିଲ୍ଲୀରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ନଭେମ୍ବର ୨୦ ତାରିଖରେ ସେ ଅସୁସ୍ଥ ଥିବାରୁ କାମ କରିବାକୁ ଯାଇନଥିଲେ । ତାଙ୍କ ଭଉଣୀ ତାଙ୍କୁ ଦିଲ୍ଲୀସ୍ଥିତ ଆର.ଏମ୍.ଏଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଭାଗ୍ୟବଶତଃ, ସେ ହୃଦଘାତ ହେତୁ ୨୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ, ସଲିମଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଶେଷ ମୁହୂର୍ତ୍ତରେ ପୁଅର ମୁହଁ ଟିକେ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ । ଅର୍ଥ ସାଜିଥିଲା ପ୍ରତିବନ୍ଧକ, ତେଣୁ ସେମାନେ ଅସହାୟ ହୋଇ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ଶ୍ରୀ ସଞ୍ଜୀବ ମଲ୍ଲିକଙ୍କର ସହାୟତା ଲୋଡ଼ିଥିଲେ । ଶ୍ରୀ ମଲ୍ଲିକ ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ଯାତାୟାତ ସଂଯୋଜନା କରାଯାଇଥିଲା । ଶ୍ରୀ ମଲ୍ଲିକ ସମସ୍ତ ପରିବହନ ଖର୍ଚ୍ଚ ବହନ କରିଥିଲେ । ମୃତଦେହ ଗତ ୨୪ ତାରିଖରେ ଦିଲ୍ଲୀରୁ ଆସି ଭୁବନେଶ୍ଵର ବିମାନବନ୍ଦରରୁ ଭଦ୍ରକସ୍ଥିତ ତାଙ୍କ ବାସସ୍ଥାନରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking