38.1 C
Bhubaneswar
Monday, April 15, 2024
Homeଓଡିଶାଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର :ଖୁଣ୍ଟୁଣୀ-ଘଣ୍ଟିଖାଲ ରାସ୍ତାର ରାଧାଶ୍ୟାମପୁର (ଗରିଆ) ନିକଟରୁ ଜଙ୍ଗଲପାଶ୍ୱର୍ରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହକୁ ଖୁଣ୍ଟୁଣୀ ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ମୃତବ୍ୟକ୍ତିର ଆଠଗଡ ଥାନା ଅନ୍ତର୍ଗତ କଦମପାଟଣା ଗ୍ରାମର ଝରେନ୍ଦ୍ର ବେହେରା(୫୦) ।

ସେ  ନିଜ ଶ୍ୱଶୁରଘର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମାଣିତ୍ରୀକୁ ଯାଉଥିଲେ ଏବଂ ନିକଟରେ ନିଜ ପୁଅର ବିବାଘର କରିଥିବାରୁ ଏକ ଦୁଇଚକିଆ ଗାଡିରେ ବେଭାର ସାଥିରେ ନେଉଥିଲେ ନିଜ ଶ୍ୱଶୁରଘରେ ଦେବା ପାଇଁ। ହେଲେ ତାଙ୍କ ମୃତଦେହ ରାସ୍ତାକଡ ଜଙ୍ଗଲ ଭିତରେ ପଡିଥିବା ସଂପର୍କରେ ପୁଲିସ ଜାଣିବାକୁ ପାଇଥିଲା। କିଭଳି ଝରେନ୍ଦ୍ରର ମୃତ୍ୟୁ ଘଟିଛି ସେ ନେଇ ପୁଲିସ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking