29.1 C
Bhubaneswar
Thursday, July 10, 2025
Homeଓଡିଶାକୁମ୍ଭୀର ବୃଦ୍ଧଙ୍କୁ ନଦୀ ଭିତରକୁ ଟାଣିନେଲା

କୁମ୍ଭୀର ବୃଦ୍ଧଙ୍କୁ ନଦୀ ଭିତରକୁ ଟାଣିନେଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଘାଗରଡ଼ିଆ ଗାଁର ଗଙ୍ଗାଧର ତରାଇ(୬୫) ନାମକ ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ ଆସିବା ବେଳେ ହଠାତ୍ ଗଙ୍ଗାଧରଙ୍କୁ କୁମ୍ଭୀର ଟାଣିନେଇଥିଲା। ଏହି ସମୟରେ ଗଙ୍ଗାଧର ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ, ହେଲେ ସେତେବେଳକୁ କୁମ୍ଭୀରଟି ଗଙ୍ଗାଧରଙ୍କୁ ପାଣି ଭିତରକୁ ନେଇ ଅଦୃଶ୍ୟ ହୋଇସାରିଥିଲା। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏବେ ବି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking