20.1 C
Bhubaneswar
Saturday, January 11, 2025
Homeଓଡିଶାକୁମ୍ଭୀର ଓ ପକ୍ଷୀ ଗଣନା କାର୍ଯ୍ୟ ଶେଷ : ଘୋଡ଼ାହାଡ଼ରେ ୭୬ କୁମ୍ଭୀର, ୨୨ ପ୍ରଜାତିର...

କୁମ୍ଭୀର ଓ ପକ୍ଷୀ ଗଣନା କାର୍ଯ୍ୟ ଶେଷ : ଘୋଡ଼ାହାଡ଼ରେ ୭୬ କୁମ୍ଭୀର, ୨୨ ପ୍ରଜାତିର ୧୨୫୭ ପକ୍ଷୀ

ଦିଗପହଣ୍ଡି : ଚଳିତ ୨୦୨୨ର କୁମ୍ଭୀର ଗଣାନା କାର୍ଯ୍ୟ ଶେଷ ହୋଇଛି । ଜଳଭଣ୍ଡାରରେ ସର୍ବମୋଟ ୭୬ ଗୋଟ କୁମ୍ଭୀର ରହିଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ୍ ନାୟକ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଘୋଡାହାଡ ଜଳ ଭଣ୍ଡାରରେ ୫୮ ଗୋଟି କୁମ୍ଭୀର ରହିଥିବା ବେଳେ ଆଖପାଖର ୧୧ ଗୋଟି ବନ୍ଧ ଗାଡିଆ ମଧ୍ୟରେ ୧୮ ଗୋଟି କୁମ୍ଭୀର ରହିଥିବା ଗଣନାରୁ ଆକଳନ କରାଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାତ୍ର ଚାରିଗୋଟି କୁମ୍ଭୀର ବୃଦ୍ଧି ପାଇଥିବା ସଦ୍ୟସମାପ୍ତ ଗଣାରୁ ସୂଚନା ମିଳିଛି ।

୨୦୨୧ ଗଣନାରେ ଜଳ ଭଣ୍ଡାର ଏବଂ ଆଖପାଖ ଗାଡିଆରେ ୭୨ ଗୋଟି କୁମ୍ଭୀର ରହିଥିବା ଜଣାପଡିଥିଲା । ଚଳିତ ବର୍ଷ ଗଣନା କାର୍ଯ୍ୟରେ ବ୍ରହ୍ମପୁର ବନଖଣ୍ଡ ଅଧୀନସ୍ଥ ସମସ୍ତ ରେଞ୍ଜର୍ ୭୦ ଜଣ ବନ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହିପରି ଦିଗପହଣ୍ଡି ବନାଞ୍ଚଳରେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଛି । ଘୋଡାହାଡ ଡ୍ୟାମ୍ ସମେତ ଆଖପାଖ ଅଞ୍ଚଳର ୧୩ ଗୋଟି ବନ୍ଧ ଗାଡିଆରେ ଥିବା ବିଭିନ୍ନ ପକ୍ଷୀମାନଙ୍କୁ ଗଣନା କରାଯାଇଛି ।

ଗଣନାରୁ ମିଳିଥିବା ସୂଚନା ଅନୁସାରେ ୨୨ ପ୍ରଜାତିର ସର୍ବମୋଟ ୧୨୫୭ ପକ୍ଷୀ ରହିଥିବା ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତ ୨୦୨୧ ବର୍ଷ ଗଣନାରେ ଏହି ବନାଞ୍ଚଳରେ ୧୯ ଗୋଟି ପ୍ରଜାତିର ପକ୍ଷୀ ରହିଥିବା ଜଣାପଡିଥିଲା । ଚଳିତ ୨୦୨୨ରେ ଆଉ ତିନି ପ୍ରଜାତିର ପକ୍ଷୀ ଏହି ବନାଞ୍ଚଳରେ ରହିଥିବା ଗଣନାରୁ ଜଣାପଡିଛି । ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକଙ୍କ ନେତୃତ୍ୱରେ ଓ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ ସମାପ୍ତ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking