13.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶସ୍ୱାମୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲା ସ୍ତ୍ରୀ

ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲା ସ୍ତ୍ରୀ

ନୂଆଦିଲ୍ଲୀ: ଗାଜିଆବାଦର ଲୋନି ସୀମାନ୍ତ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ସ୍ତ୍ରୀ ନିଜେ ମୃତ୍ୟୁକୁ ଆଲିଙ୍ଗନ କରି ସ୍ୱାମୀଙ୍କ ପ୍ରତି ନିଜର ପ୍ରେମର ପ୍ରମାଣ ଦେଇଥିଲେ । ଏ ସମ୍ପର୍କରେ ବିଜୟଙ୍କ ପତ୍ନୀ ଜାଣିବା ମାତ୍ରେ ୨୮ ବର୍ଷୀୟ ଶିବାନୀ ମଧ୍ୟ ଆତ୍ମହତ୍ୟା କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ମଧ୍ୟରେ ସଦାବେଳେ କଳହ ହେଉଥିଲା। ଗାଜିଆବାଦର ଜବାହର ନଗରର ଜି ବ୍ଲକରେ ରହୁଥିବା ବିଜୟ ଓ ଶିବାନୀଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ମନାନ୍ତର ହୋଇଥିଲା। ବିବାଦ ପରେ ଶିବାନୀ ଘର ଛାଡ଼ି ଉତ୍ତର-ପୂର୍ବ ଦିଲ୍ଲୀ ଯାଇଥିଲେ। ସେ ଯିବା ପରେ ବିଜୟ ଶିବାନୀଙ୍କୁ ଫୋନ୍ କରିଥିଲେ, ଯେଉଁଥିରେ ସେ ତାଙ୍କୁ ଆଉ କେବେ ଦେଖିବେ ନାହିଁ ବୋଲି କହିଥିଲେ।

କିଛି ସମୟ ପରେ ବିଜୟଙ୍କ ମାଉସୀ ମୀରା ତାଙ୍କ ଘରେ ପହଞ୍ଚି ତାଙ୍କ ମୃତଦେହ ଦେଖିଥିଲେ। ସେ ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେ ସଙ୍ଗେ ସଙ୍ଗେ ଶିବାନୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ଶିବାନୀ ନିଜ ଘରଠାରୁ ପ୍ରାୟ ୮ କିଲୋମିଟର ଦୂର ଉତ୍ତର-ପୂର୍ବ ଦିଲ୍ଲୀର ଲୋନି ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଗାଜିଆବାଦ ପୋଲିସ ଏବଂ ଦିଲ୍ଲୀ ପୋଲିସ ଘଟଣାର ସମାନ୍ତରାଳ ତଦନ୍ତ କରୁଛନ୍ତି । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କୌଣସି ସ୍ଥାନରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଶିବାନୀଙ୍କ ଦେହରେ ଝୁଲନ୍ତା ଚିହ୍ନ ବ୍ୟତୀତ ଅନ୍ୟ କୌଣସି ବାହ୍ୟ କ୍ଷତ ନାହିଁ ବୋଲି ପୁଲିସ ନିଶ୍ଚିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking