ବଲାଙ୍ଗୀର: ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ପ୍ରାଥମିକ ବିଦ୍ୟାଳୟରେ ବ୍ୟତିକ୍ରମ ଦେଖା ଦେଇଛି । ପିଲାଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ। ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ୧୫ ଦିନ ହେଲ ମଧ୍ୟାହ୍ନ ଭୋଜନ ମିଳୁନଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ କଲେ ପ୍ରଧାନ ଶିକ୍ଷୟିତ୍ରୀ ନାଲି ଆଖି ଦେଖାଇବା ସହ ଗାଳିଗୁଲଜ କରୁଥିବା କହିଛନ୍ତି ଅଭିଭାବକ। ତୁରନ୍ତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା ସହ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ବିଭାଗୀୟ ଅଧିକାରୀ ମଧ୍ୟ ସମସ୍ୟା ସଂପର୍କରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଇଛି। ନେଡି ଗୁଡ଼ କହୁଣୀକୁ ବୋହି ଯିବା ଆଗରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।