27.8 C
Bhubaneswar
Friday, April 19, 2024
Homeଓଡିଶାକରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଆଜି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଟେଷ୍ଟିଂ ୪୦ ଲକ୍ଷ ଓ ଆରୋଗ୍ୟ ଅଢେଇ ଲକ୍ଷରେ ପହଁଚିଛି । ତଥାପି ଆତ୍ମସନ୍ତୋଷ ସ୍ଥାନା ନାହିଁ ବୋଲି ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ଆରୋଗ୍ୟ ପରେ କିଭଳି ରହିବେ, କ’ଣ କରିବେ ସେ ନେଇ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । କରୋନାରୁ ସୁସ୍ଥ ପରେ ଦେହ ବିନ୍ଧା, କଫ , ତଣ୍ଟି ବ୍ୟାଥା ଲକ୍ଷଣ ଦେଇପାରେ । ନିଶ୍ୱାସପ୍ରଶ୍ୱାସରେ କଷ୍ଟ, ହୃଦଘାତ , ଘ୍ରାଣ ଓ ସ୍ୱାଦ ଶକ୍ତି ଚାଲିଯାଇପାରେ । ତେଣୁ କରୋନାରୁ ଆରୋଗ୍ୟ ହେଉଥିବା ଲୋକେ ମାସ୍କ ପିନ୍ଧିବେ । ନିୟମିତ ହାତ ଧୋଇବା ଜରୁରୀ ଅଟେ । ପ୍ରଚୁର ଉଷୁମ ପାଣି ପିଇବେ, ଦୈନିକ ଯୋଗାସନ, ପ୍ରାଣାୟମ କରିବେ । ସନ୍ତୁଳିତ ଖାଦ୍ୟ ଖାଇବା ସହ ଧୂମପାନ ନ କରିବାକୁ ପରାମର୍ଶ ଦିଆଯାଇଛି । ଡିସଚାର୍ଜ ପରେ ୭ ଦିନ ପରେ ଡ଼ାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ଅଟେ । ପରେ ୪ ସପ୍ତାହ ପରେ ଓ ଶେଷକୁ ୧୨ ସପ୍ତାହ ପରେ ପରାମର୍ଶ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking