22.1 C
Bhubaneswar
Wednesday, January 15, 2025
Homeଓଡିଶା‘ଆମ ଭୂମି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଆମ ଭୂମି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନନ୍ଦ ବନ ହେଉଛି ଖୁସିର ନିଡ଼ । ପ୍ରକୃତି ଆମ ଆନନ୍ଦ,ଅନୁସନ୍ଧିତ୍ସା ଓ ଅପରିମିତ ଜୀବନ ବିନ୍ୟାସର ଏକ ନୌସର୍ଗିକ ଗନ୍ତାଘର । ଏହାର ସୁରକ୍ଷା ନିହାତି ଜରୁରୀ । ରାଜଧାନୀର ଶଙ୍କରପୁର ଠାରେ ‘ଆନନ୍ଦ ବନ’ ଉଦଘାଟନ କରିବା ସହ ‘ଆମ ଭୂମି’ର ଶୁଭାରମ୍ଭ କରି ଏହା କହିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୋମବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୧୦ ହଜାର ସହରାଞ୍ଚଳ ବନାୟନ, ୩୮୩୦ ମିଟର ସାଇକେଲ ଚଳାପଥ, ଏକ ହଜାର ମିଟର ପାଦଚଲା ମାଟି ରାସ୍ତା, ୧୨ ହଜାର ମିୟାୱାକି ବନୀକରଣ, ୩୨,୭୫୦ ବର୍ଗଫୁଟର ଜଳାଧାର, ୫୫୦ ମିଟର ପଥୁରିଆ ରାସ୍ତା ଓ ୮୯.୦୫ ଏକ ଜମିରେ ବନାଞ୍ଚଳ ସୃଷ୍ଟି କରାଯିବ । ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ୫-ଟି ଉପକ୍ରମରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଏସବୁ କାର୍ଯ୍ୟ କରାଯିବ । ଏଥିରେ ବୃକ୍ଷରୋପଣ ସହ ଜଙ୍ଗଲ ରକ୍ଷାବେକ୍ଷଣ ହେବ । ଏହାଦ୍ୱରା ଜୀବନଧାରଣର ମାନ ଉନ୍ନତ ହେବ ।

ଖୋଲା ସ୍ଥାନ ସବୁରେ ବ୍ୟାପକ ବୃକ୍ଷରୋପଣ ହେବ । ସାଧାଣଣ ପ୍ରଶାସନ ବିଭାଗ ପକ୍ଷରୁ ସାଂସ୍କୃତିକ ସ୍ଥାନ, ଶବଦାହ ଓ ଦୁର୍ଗା ମଣ୍ଡପ ଭଳି ଖାଲି ଜମି ଚିହ୍ନଟ କରାଯିବ ଏବଂ ବିଡିଏ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ । ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବେ । ଏହାଦ୍ୱାରା ଭୁବନେଶ୍ୱରରେ ସ୍ଥାୟୀ ବିକାଶ ଓ ଅଭିବୃଦ୍ଧି ସମ୍ଭବ ହେବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking