22.1 C
Bhubaneswar
Sunday, November 17, 2024
Homeଅପରାଧଲିଭ୍‌ଇନ୍‌ରେ ରହିଲା,  ଧୋକାଦେଇ ଚାଲିଗଲା ଧୋକାବାଜ୍ ପ୍ରେମିକ

ଲିଭ୍‌ଇନ୍‌ରେ ରହିଲା,  ଧୋକାଦେଇ ଚାଲିଗଲା ଧୋକାବାଜ୍ ପ୍ରେମିକ

ଭୁବନେଶ୍ୱର :  ସୋସିଆଲ ମିଡିଆର ଇନ୍‌ଷ୍ଟାରୁ ପ୍ରେମ ପରେ  ଗତ ଏକ ବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭାବେ ଲିଭଇନ୍ ରିଲେସନ ସିପ୍‌ରେ ରହୁଥିଲେ । ଭାଲେଣ୍ଟାଇନ୍ ଦିନ ପ୍ରେମିକ ଜଣଙ୍କ ଏକ ଏସ୍‌ମେସ୍ ଦେଇ ଆଉ ପ୍ରେମିକାଙ୍କ ସହ ରହିପାରିବେନି ବୋଲି ଲେଖି ଫେରାର ହୋଇ ଯାଇଛନ୍ତି । ଯାହାକୁ ନେଇ ନ୍ୟାୟ ଆଶାରେ ପ୍ରେମିକା ଜଣଙ୍କ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଏହି ପରି ଘଟଣା ଦେଖିବାକୁ ମିଳିଛି ଇନ୍‌ଫୋସିଟି ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଯାଜପୁର ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରରେ ରହି କାର୍ଯ୍ୟ କରିବା ସମୟରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା ।

ଉଭୟଙ୍କ ମଧ୍ୟରେ ପ୍ରେମ ହେବାରୁ ଦୁହେଁ ଏକାଠି ଲିଭ୍ ଇନ୍‌ରେ ଗତ ଏକ ବର୍ଷ ହେବ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ରହୁଥିଲେ । ଦୁହେଁ ଏକାଠି ରହୁଥିବା ବେଳେ ସୋମବାର ଅପରାହ୍ନ ପ୍ରାୟ ୩ ଟା ୩୦ ମିନଟ୍ ସମୟରେ ଯୁବକ ଜଣଙ୍କ ହଠାତ୍ କିଛି ନକହି ଘରୁ ପଳାଇ ଯିବା ପରେ ଯୁବତୀଙ୍କ ଫୋନ୍‌କୁ ଏକ ମେସେଜ୍ ପଠାଇଥିଲେ । ଯେଉଁଥିରେ ସେ ଆଉ ଯୁବତୀଙ୍କ ସହ ରହିବାକୁ ଚାହୁଁ ନଥିବା ଲେଖିବା ସହ ତାଙ୍କୁ ଯୁବତୀ ଜଣଙ୍କ ନଖୋଜିବାକୁ ଲେଖିଥିଲେ । ଯାହାକୁ ନେଇ ଯୁବତୀଙ୍କ ମୁଣ୍ଡରେ ଚଡ଼କ ପଡ଼ିବା ଭଳି ଲାଗିଥିଲା । ନ୍ୟାୟ ପାଇଁ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଯୁବକଙ୍କୁ ଖୋଜୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking