ବସକୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର: ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା ହୋଇଥିବା ସୂଚନା ମିଳିଛି । ଆରଟିଓ-୨ ଭୁବନେଶ୍ୱର ବସଟିକୁ ଜରିମାନା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ବସ ନମ୍ବର ଓଡି ୧୦ ଏଫ ୦୪୦୯କୁ ଜରିମାନା କରିଛନ୍ତି ଆରଟିଓ-୨ । ୨୦୧୯ ମେ’ ରୁ ଏଯାଏଁ ଏମଭି ଟ୍ୟାକ୍ସ ଦେଇନଥିବାରୁ ଏହି ଜରିମାନା ଲଗାଯାଇଛି । ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରାଯାଇଛି । ବସଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ୍ ନଥିବା ମଧ୍ୟ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here