29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୁଶୁଡିଲା କୋଠା, ଅଳ୍ପକେ ବର୍ତ୍ତିଲେ ୧୮ ପରିବାର

ଭୁଶୁଡିଲା କୋଠା, ଅଳ୍ପକେ ବର୍ତ୍ତିଲେ ୧୮ ପରିବାର

ବାଙ୍ଗାଲୁର : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର ଡେୟାରି ସର୍କଲଠାରେ ବୁଧବାର ଏକ ତିନିମହଲା ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ଏଥିରେ ୫ ଜଣ ଆହତ ହୋଇଥିବାବେଳେ ୧୮ଟି ପରିବାରର ୫୦ ଜଣ ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଭୁଶୁଡିବା ପୂର୍ବରୁ ଉକ୍ତ କୋଠାଘରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଆସନ୍ନ ବିପଦକୁ ଅନୁମାନ କରି ଏହି ପରିବାରର ସଦସ୍ୟମାନେ ଉକ୍ତ କୋଠାଘରୁ ବାହାରକୁ ପଳାଇଆସିଥିଲେ । ଏପରିକି ଦ୍ୱିତୀୟ ମହଲାରେ ବାସ କରୁଥିବା ଦମ୍ପତି ବିକଳରେ ସେମାନଙ୍କର ଶିଶୁକୁ ବାଲକୋନିରୁ ତଳକୁ ଫୋପାଡି ଦେଇଥିବାବେଳେ ତଳେ ଥିବା ଲୋକେ ତାକୁ ଧରି ପକାଇଥିଲେ । ଦମକଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିଗଦା ତଳେ ପୋତି ହୋଇପଡିଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କୋଠାଘରର ଅବସ୍ଥା ଭଲ ନଥିବା ସମ୍ପର୍କରେ ଏହି ବାସିନ୍ଦାମାନେ ମ୍ୟୁନିସିପାଲ କର୍ପୋରେସନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking