38.1 C
Bhubaneswar
Friday, April 26, 2024
Homeଓଡିଶାଆଜି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଆଜି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତ ମଙ୍ଗଳବାର ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବା ସମ୍ଭାବନା ରହିଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାର ପଶ୍ଚିମ ପଟ ସହ ଝାଡ଼ଖଣ୍ଡର କିଛି ଅଞ୍ଚଳ ଓ ଓଡ଼ିଶାର କିଛି ସୀମାନ୍ତ ଜିଲ୍ଲା ଉପରେ ପରିବ୍ୟାପ୍ତ ରହିଛି । ଫଳରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି, ବାୟୁମଣ୍ଡଳରେ ଗତିଶୀଳ ଥିବା ସଦୃଶ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଉପକୂଳ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ସାମାନ୍ୟ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ରେକର୍ଡ ହୋଇଛି । ଆସନ୍ତା ପହିଲାରୁ ଓଡ଼ିଶାରେ ବର୍ଷା ପରିମାଣ କମିବ । ଅକ୍ଟେବର ୧, ୨ ଓ ୩ ତାରିଖ ଓଡ଼ିଶାକୁ ବିଶେଷ ବର୍ଷା ସମ୍ଭାବନା ନାହିଁ । ସଦୃଶ ଲଘୁଚାପ କ୍ଷେତ୍ର କ୍ରମଶଃ ଅବପାତ ରୂପ ନେବ । ବାୟୁମଣ୍ଡଳରେ ଏହା ଗତିଶୀଳ ହେଉଥିବାରୁ ରାଜ୍ୟରେ ବର୍ଷା ପରିମାଣ କମିବ । ୩୦ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ହେଲେ ତା’ପରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ନାହିଁ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ସେପ୍ଟେମ୍ବର ମାସରେ ରେକର୍ଡ ହୋଇଥିବା ଭାରି ବର୍ଷା ସକାଶେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ସ୍ଥିତି ସୁଧୁରିଛି । ଜୁନ୍ ପହିଲାରୁ ଏବେ ସୁଦ୍ଧା ୧୦୩୭.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହି ମଧ୍ୟରେ ସ୍ୱାଭାବିକ ବର୍ଷା ୧୧୪୯.୮ ମିମି ହେବାର ଥିଲା । ବର୍ଷା ପରିମାଣ ୧୯%ରୁ -୧୯% ଯାଏଁ ଥିଲେ ଏହାକୁ ସ୍ୱାଭାବିକ ବର୍ଗରେ ପରିଗଣିତ କରାଯାଏ । ଏବେ ସୁଦ୍ଧା ବର୍ଷା ପରିମାଣ -୧୦% ଥିବାରୁ ଏହାକୁ ସ୍ୱାଭାବିକ ବର୍ଗରେ ରଖାଯାଇଛି । ଏବେ ମଧ୍ୟ ୬ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବାବେଳେ ୨ ଜିଲ୍ଲାରେ ସ୍ୱାଭାବିକରୁ ଊର୍ଦ୍ଧ୍ୱ ଓ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଶ୍ରୀ ବିଶ୍ୱାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking