30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଜି ମମତାଙ୍କ ଭାଗ୍ୟ ପରୀକ୍ଷା

ଆଜି ମମତାଙ୍କ ଭାଗ୍ୟ ପରୀକ୍ଷା

କୋଲକାତା: ଆଜି ପଶ୍ଚିମବଙ୍ଗର ଭବାନିପୁର ବିଧାନସଭା ଆସନରେ ଉପନିର୍ବାଚନ । ରାଜ୍ୟର ଅନ୍ୟ ଦୁଇଟି ଆସନ ଯଥା ଜଙ୍ଗିପୁର ଓ ସମସେରଗଞ୍ଜ୍‌ରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଥିଲେ ସୁଦ୍ଧା ଭାବାନିପୁର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବରୱାଲ ଓ ସିପିଏମ୍‌ର ସଞ୍ଜୀବ ବିଶ୍ୱାସ । ଏହି ନିର୍ବାଚନ ବର୍ତ୍ତମାନ ମମତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ଚଳିତବର୍ଷ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଅଳ୍ପ ଭୋଟରେ ହାରିଯାଇଥିଲେ । ପରାଜୟ ସତ୍ତ୍ୱେ ଟିଏମ୍‌ସି ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ମମତା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଗାଦିନସୀନ ହୋଇଥିଲେ । ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବାର ୬ ମାସ ମଧ୍ୟରେ ମମତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ ।

ବର୍ତ୍ତମାନ ଭବାନିପୁରରେ ଏହି ଲଢେଇ ମୁଖ୍ୟତଃ ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ ଦେଖିବାକୁ ମିଳିବ । ଗଣ୍ଡଗୋଳ ଆଶଙ୍କାକୁ ଦୃଷ୍ଟିରେ ରଖି ଭବାନିପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ରର ୨୦୦ ମିଟର ପରିସୀମାରେ ୧୪୪ ଧାରା ଜାରି କରାଯାଇଥିବାବେଳେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୧୫ କମ୍ପାନୀ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ଭବାନିପୁରରେ ମୋଟ ୨୮୭ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୩୮ଟି ସମ୍ବେଦନଶୀଳ ସ୍ଥାନରେ ପୁଲିସ ଛାଉଣୀ ସ୍ଥାପନ କରାଯାଇଛି । ଇଭିଏମ୍ ନେବାଆଣିବା ନିମନ୍ତେ ୧୪୧ଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking