38.1 C
Bhubaneswar
Friday, April 26, 2024
Homeଓଡିଶାଆଜି ପିପିଲି ଉପନିର୍ବାଚନ : ୩୪୮ବୁଥ୍‌ରେ ହେଉଛି ମତଦାନ

ଆଜି ପିପିଲି ଉପନିର୍ବାଚନ : ୩୪୮ବୁଥ୍‌ରେ ହେଉଛି ମତଦାନ

ପୁରୀ: ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ଆଜି ମତଦାନ ଗ୍ରହଣ କରାଯାଉଛି । ସକାଳ ୭ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ । ଭୋଟର୍‌ମାନଙ୍କ ପାଇଁ ଟେଣ୍ଟ, ଦିବ୍ୟାଙ୍ଗ ଭୋଟର୍‌ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । କୋଭିଡ୍ କଟକଣା ପାଳନ ପୂର୍ବକ ଭୋଟଦାନ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସମର୍ଥ ବର୍ମା ସମସ୍ତ ଆୟୋଜନର ସମୀକ୍ଷା କରିଛନ୍ତି । ତେବେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସୁମନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ ।
୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର୍ ୩୪୮ ବୁଥ୍‌ରେ ମତଦାନ କରି ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ପ୍ରାୟ ୭୦ ରିଜର୍ଭ ପୋଲିଂପାର୍ଟିର ବ୍ୟବସ୍ଥା କରାଯାଇଛି । ୧୯୮୩ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । କୋଭିଡ୍ କଟକଣା ଭିତରେ ମତଦାନ କରାଯିବ । ଭୋଟିଂ ଦିନ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରାଯାଇଛି । ଇତ୍ୟବସରରେ ଇଭିଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପୁରୀ ପେଣ୍ଠକଟା ୱେୟାର୍ ହାଉସ୍‌ରୁ ୩ ପର୍ଯ୍ୟାୟରେ ପୋଲିଂପାର୍ଟିଗୁଡ଼ିକ ପିପିଲିର ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ôଚଛନ୍ତି । ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ।

ଏପରି ୧୭୫ଟି ବୁଥରେ ୱେବ୍ କାଷ୍ଟିଂ, ୨୩ଟି ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ । ୧୨ଟି ବୁଥ୍‌ରେ ଭିଡିଓ ଉତ୍ତୋଳନ କରାଯିବ । ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ବୈଷୟିକ ତ୍ରୁଟି ସଜାଡ଼ିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ ରହିବେ । ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମତଦାନ ସମୟରେ ଭୋଟର୍‌ଙ୍କୁ ମାସ୍କ ଓ ସାନିଟାଇଜର୍ ଦିଆଯିବ । ଭୋଟଦେବା ଆଗରୁ ଭୋଟର୍‌ଙ୍କୁ ଗ୍ଲୋବ୍‌ସ ମିଳିବ । ପ୍ରତି ବୁଥ୍‌ରେ ୧ ହଜାର ମତଦାତା ଭୋଟ୍ ଦେଇପାରିବେ ।

ମତଦାତାମାନେ ଭୋଟଗ୍ରହଣ କେନ୍ଦ୍ରରେ ଭୋଟର୍ ଆଇକାର୍ଡ ଦେଖାଇ ମତଦାନ କରିବେ । ଯେଉଁମାନଙ୍କର ଆଇକାର୍ଡ ନଥିବ ସେମାନେ ଡିଏଲ୍‌, ଆଧାର, ପାସ୍‌ବୁକ୍ ଭଳି ୧୧ଟି ଅନ୍ୟ ଆଇଡି ଦେଖାଇ ଭୋଟ ଦେଇପାରିବେ । ଭୋଟ ସମୟରେ ସମସ୍ତଙ୍କର ଥର୍ମାଲ୍ ସ୍କାନିଂ କରାଯିବ । ଯେଉଁମାନଙ୍କର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟି ଦିଆଯାଇ ପଠାଯିବ । ଭୋଟଗ୍ରହଣ କାର୍ଯ୍ୟକ୍ରମର ଶେଷ ୧ଘଣ୍ଟା ମଧ୍ୟରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମଙ୍କୁ ଗାଡ଼ିରେ ବୁଥ୍ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା ହୋଇଛି । ପ୍ରତି ବୁଥ୍‌ରେ ଅଙ୍ଗନବାଡ଼ି କର୍ମୀ ଓ ଆଶା ରହିବେ । ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନେ ହୁଇଲ୍ ଚେୟାର୍‌ରେ ଯାଇ ମତଦାନ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ଭୋଟଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ସେମାନଙ୍କୁ କୋଭିଡ୍ ଡବଲ ୍‌ଡୋଜ୍ ଟିକାକରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking