34.1 C
Bhubaneswar
Wednesday, May 1, 2024
Homeଓଡିଶାଚଳିତ ବିଧାନସଭା ଅଧିବେଶନରେ ୩ ମାସ ପାଇଁ ହେବ ବଜେଟ୍ ଉପସ୍ଥାପନ

ଚଳିତ ବିଧାନସଭା ଅଧିବେଶନରେ ୩ ମାସ ପାଇଁ ହେବ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର: ବଢ଼ୁଛି ରାଜ୍ୟ ବଜେଟ୍‌ର ଆକାର । ଦଶ ବର୍ଷ ଭିତରେ ବଜେଟ୍ ପରିମାଣକୁ ଅନୁୂଶୀଳନ କଲେ ଜଣାଯାଏ ଯେ ପ୍ରତିବର୍ଷ ପ୍ରାୟ ୧୩ରୁ ୨୫ ପ୍ରତିଶତ ବ୍ୟୟ ବରାଦ ବଢ଼ୁଛି । ହେଲେ ମୋଟ୍ ବଜେଟ୍‌ରୁ ସିଂହଭାଗ ଦରମା, ଭତ୍ତା ଓ ଦପ୍ତର ପରିଚାଳନା ପାଇଁ ବ୍ୟୟ ହେଉଥିଲାବେଳେ ଏକ ତୃତୀୟାଂଶ ଅର୍ଥ ଋଣ ସୁଝିବାରେ ଯାଉଛି । ୨୦୧୦-୧୧ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ୍ ୪୫,୯୧୫.୩୬ କୋଟି ଟଙ୍କା ଋଣ ସୁଝିଛନ୍ତି । ତେବେ ଋଣ ସୁଝିବାର ଦେୟ ବଢ଼ି ବଢ଼ି ଚାଲିଥିବାରୁ ସରକାରଙ୍କ ପାଇଁ ତାହା ଚିନ୍ତାର କାରଣ ହୋଇଛି ।  ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଆର୍ଥିକ ସ୍ଥିତିକୁ ସମୀକ୍ଷା କଲେ ଏକଥା ସ୍ପଷ୍ଟ ଜଣାପଡ଼ୁଛି ।

ଅର୍ଥ ବିଭାଗର ରିପୋର୍ଟ ଅନୁସାରେ ୨୦୧୦-୧୧ ଆର୍ôଥକ ବର୍ଷରେ ୩୭,୮୩୮.୭୨ କୋଟି ଟଙ୍କାର ବଜେଟ୍ ଅନୁମୋଦନ ଲାଭ କରିଥିଲା । ସେହିବର୍ଷ ସରକାର ୩,୦୬୧.୪୬ କୋଟି ଟଙ୍କା ଋଣ ଦେୟ ବାବଦକୁ ସୁଝିଥିଲେ । ସେହିପରି ୨୦୧୧-୧୨ ଆର୍ôଥକ ବର୍ଷରେ ୪୪,୮୭୮.୯୭ କୋଟିର ବଜେଟ୍ ଥିଲାବେଳେ ଋଣ ପୈଠ ପରିମାଣ ୨,୫୭୬.୪୩ କୋଟି, ୨୦୧୨-୧୩ ଆର୍ôଥକ ବର୍ଷରେ ୫୨,୦୩୦.୭୦ କୋଟିର ବଜେଟ୍ ଥିବାବେଳେ ଋଣ ପୈଠ ପରିମାଣ ୨,୮୦୭.୨୩ କୋଟି, ୨୦୧୩-୧୪ ଆର୍ôଥକ ବର୍ଷରେ ୬୦,୩୦୩.୦୯ କୋଟିର ବଜେଟ୍ ବେଳେ ଋଣ ପୈଠ ପରିମାଣ ଥିଲା ୨,୮୮୮.୨୨ କୋଟି । ୨୦୧୪-୧୫ ଆର୍ôଥକ ବର୍ଷରେ ବଜେଟ୍ ପରିମାଣ ଥିଲା ୭୬,୦୦୬.୮୯ କୋଟି ଥିବା ବେଳେ ସରକାର ୨,୮୧୦.୨୭ କୋଟି ଋଣ ଦେୟ ବାବଦକୁ ପୈଠ କରିଥିଲେ ।

୨୦୧୫-୧୬ ଆର୍ôଥକ ବର୍ଷରେ ୮୪,୪୮୭.୭୭ କୋଟି ଟଙ୍କା ବଜେଟ୍ ପରିମାଣ ଥିଲାବେଳେ ଋଣ ପୈଠ ପରିମାଣ ୩,୩୪୩.୩୦ କୋଟି, ୨୦୧୬-୧୭ ଆର୍ôଥକ ବର୍ଷରେ ୯୪,୦୫୨.୬୫ କୋଟିର ବଜେଟ୍‌ରୁ ଋଣ ବାବଦକୁ ୪,୦୩୫.୪୩ କୋଟି ସୁଝାଯାଇଥିଲା । ୨୦୧୭-୧୮ ଆର୍ôଥକ ବର୍ଷରେ ୧,୦୬,୯୧୦.୮୭ କୋଟି ବଜେଟ୍‌ରୁ ୪,୯୮୮.୩୪ କୋଟି, ୨୦୧୮-୧୯ ଆର୍ôଥକ ବର୍ଷରେ ୧,୨୦,୦୨୮ କୋଟି ବଜେଟ୍‌ରୁ ୫,୮୦୦.୩୭ କୋଟି, ୨୦୧୯-୨୦ ଆର୍ôଥକ ବର୍ଷରେ ୧,୩୨,୬୬୦ କୋଟି ବଜେଟ୍‌ରୁ ୬,୪୪୦ କୋଟି ଏବଂ ୨୦୨୦-୨୧ ଆର୍ôଥକ ବର୍ଷରେ ବଜେଟ୍ ପରିମାଣ ୧ ଲକ୍ଷ ୫୦ହଜାର କୋଟି ଟଙ୍କା ଥିଲାବେଳେ ଋଣ ସୁଝିବା ପାଇଁ ଦେୟ ପରିମାଣ ୭,୧୬୪.୩୧ କୋଟି ରହିଛି । ୨୦୨୦ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର ମୋଟ୍ ୪୩ କୋଟିରୁ ଅଧିକ ଦେୟର ଋଣ ସୁଝିଥିଲେ । ହେଲେ ୨୦୨୧ ମାର୍ଚ୍ଚ ସୁଦ୍ଧା ବଜେଟ୍ ପରିମାଣ ୪୫ ହଜାର ୯୧୫.୩୬ କୋଟି ବୋଲି ଜଣାପଡ଼ିଛି ।

ଅର୍ଥ ବିଶାରଦଙ୍କ ଆକଳନ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ୍ ପରିମାଣ ୧.୬୧ ଲକ୍ଷ କୋଟି ହୋଇପାରେ ବୋଲି କୁହାଯାଉଛି । ହେଲେ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୩ ମାସ ପାଇଁ ବଜେଟ୍ ଉପସ୍ଥାପନ କରିବେ । ପରବର୍ତ୍ତୀ ଅଧିବେଶନ କାଳରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ ଦେଖି ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ ସ୍ଥିର କରିବେ ବୋଲି ଜଣାପଡ଼ିଛି । ତେବେ କୋଭିଡ୍ ସଂକ୍ରମଣ ଯୋଗୁଁ କମିଥିବା ରାଜସ୍ୱ ସଂଗ୍ରହ ଏବେ ବଢ଼ିଛି । କେବଳ ଚଳିତ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ସଂଗ୍ରହ ପରିମାଣ ୪୧,୧୯୧ କୋଟି ଟଙ୍କା ବୃଦ୍ଧି ହୋଇଛି । ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ବି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଆଦାୟ ହୋଇଛି ।

ହେଲେ ମୁଣ୍ଡପିଛା ଆୟ ବଢ଼ୁନାହିଁ । ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଋଣ ପରିମାଣ ପ୍ରାୟ ୧.୨୨ ଲକ୍ଷ କୋଟିକୁ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟ ସରକାର ଏହି ଋଣ କରିବାର ଅନେକ କାରଣ ରହିଛି । ଗ୍ରାମ୍ୟ ଭିତ୍ତିଭୂମି ବିକାଶ ଓ ପାନୀୟ ଜଳ ଉନ୍ନତି ସହ ସ୍ୱାସ୍ଥ୍ୟ, କୃଷି, ଜୀବିକା, ଏମ୍‌ଏସ୍‌ଏମଇ ଭଳି ଶିଳ୍ପ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ଐତିହ୍ୟ ସୁରକ୍ଷା ଓ ଉତ୍କର୍ଷ ଶିକ୍ଷା ଉପରେ ବି ଗୁରୁତ୍ୱ ଦିଆଯାଇଛି । ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ପ୍ରତି ବଜେଟ୍‌ରେ ଖର୍ଚ୍ଚର ଆଦୌ ସାଲିସ କରାଯାଇ ନାହିଁ । ସେଥିପାଇଁ ସରକାର ଖୋଲା ବଜାରରୁ ଋଣ କରୁଛନ୍ତି । ଯଦି ଖଣି ଓ ଅବକାରୀ ଭଳି ଅନ୍ୟାନ୍ୟ କ୍ଷେତ୍ରରୁ ରାଜସ୍ୱ ସଂଗ୍ରହରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୁଏ ତାହାଲେ ସ୍ଥିତିର ସୁଧାର ଆସିବ ବୋଲି ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking