20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଭାଇ-ଭଉଣୀ ଏମିତି କଳି ଲାଗିଲେ ଯେ, ରାଗିକି ମୋବାଇଲ ଗିଳିଦେଲା ଝିଅ !; ତା’ପରେ କ’ଣ...

ଭାଇ-ଭଉଣୀ ଏମିତି କଳି ଲାଗିଲେ ଯେ, ରାଗିକି ମୋବାଇଲ ଗିଳିଦେଲା ଝିଅ !; ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ଭାଇ-ଭଉଣୀ ଯଦି ଅଳ୍ପ ବଡ଼ ସାନ ହୋଇଥାନ୍ତି ତେବେ କଳି ଲାଗିବା ପ୍ରାୟ ନିଶ୍ଚିତ । ଛୋଟ ଛୋଟ କଥାରେ ଏହି ଭାଇ ଭଉଣୀ ମାନେ କଳି ଲାଗିଥାନ୍ତି । କଳି ଲାଗିବା ପରେ କିଏ କାହାକୁ ଚାପୁଡ଼ା ମାରିଲାଣି ତ କିଏ କାହାକୁ ବିଧା ମାରୁଥିବା ଦେଖାଯାଇଥାଏ । ଆଉ କିଏ କାହାକୁ ନଖରେ ରାମ୍ପୁଡ଼ି ଥାଏ ତ କିଏ କାହାକୁ କାମୁଡ଼ି ଥାଏ । ତେବେ ଆଜି ଆମେ ଏମିତି ଭାଇ-ଭଉଣୀଙ୍କ କଥା କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୋପାଲ ଭିଣ୍ଡ ଜିଲ୍ଲାରେ ରହୁଥିବା ଭାଇ-ଭଉଣୀ କଳି ଲାଗିଲେ । ଆଉ ତାଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହେଲା । ଯାହା ସୂଚନା ରହିଛି ମୋବାଇଲ ଫୋନ୍‌କୁ ନେଇ ସେମାନେ ଝଗଡ଼ା ଲାଗୁଥିଲେ । ହେଲେ ଏହି ଝଗଡ଼ା ଏମିତି ମୋଡ଼ ନେଲା ଯେ ଶେଷରେ ଭଉଣୀଟି ଏକ ଚାଇନିଜ୍ ମୋବାଇଲକୁ ଗିଳିଦେଲା । ଆଉ ଏହି ଘଟଣା ପରିବାର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲା । ଝିଅ ମୋବାଇଲ୍‌ଟି ଗିଳିଦେବା ପରେ ବାନ୍ତି କଲା, ତାର ପେଟକୁ କଷ୍ଟ ହେଲା, କିଛି ସମୟ ପାଇଁ ସେ କଥା କହିପାରିଲା ନାହିଁ ।

ଏମିତିକି ନିସ୍ତେଜ ହୋଇ ପଡ଼ିଗଲା । ଝିଅର ଏଭଳି ସ୍ଥିତି ଦେଖି ପରିବାର ଲୋକ ହତବାକ୍ ହୋଇଗଲା । କିଛି ସମୟ ପାଇଁ କ’ଣ କରିବେ କିଛି ବୁଝି ପାରିଲେ ନାହିଁ । ତାପରେ ତୁରନ୍ତି ଝିଅକୁ ନେଇ ନିକଟସ୍ଥ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ଡାକ୍ତରଖାନାରେ ଜରୁରୀକାଳିନ ପରିସ୍ଥିତିରେ ଝିଅର ସର୍ଜରୀ କରାଗଲା । ଆଉ ମୋବାଇଲକୁ ପେଟ ଭିତରୁ ସୁରକ୍ଷିତ ବାହାର କରାଗଲା । ଯେମିତି ଝିଅର କୌଣସି କ୍ଷତି ନହୁଏ, ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଗଲା । ଏହି ଅପରେସନ୍ ଖୁବ୍ ସମ୍ବେଦନଶୀଳ ଥିଲା । ଯଦି କିଛି ବି ଏପଟ ସେପଟ ହୋଇଥାନ୍ତା ଝିଅର ଜୀବନ ପ୍ରତି ବିପଦ ମାଡ଼ି ଆସିଥାନ୍ତା । ତେବେ ଅପରେସନ୍ ପରେ ଝିଅର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତର କହିଛନ୍ତି । କିଛି ଦିନ ଭିତରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । ଏଭଳି ଅପରେସନ କରି ମୋବାଇଲ୍ କାଢ଼ିବା ତାଙ୍କ ଜୀବନରେ ପ୍ରଥମ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ତେବେ ଏଠାରେ ବାପା-ମାଆଙ୍କୁ ସବୁବେଳେ ପିଲାଙ୍କ ଉପରେ ନଜର ରଖିବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking