41.1 C
Bhubaneswar
Sunday, April 28, 2024
Homeଅପରାଧମାଂସ ତରକାରୀ ପାଇଁ ସ୍ତ୍ରୀର ତଣ୍ଟି କାଟିଲା ନୃଶଂସ ସ୍ୱାମୀ....

ମାଂସ ତରକାରୀ ପାଇଁ ସ୍ତ୍ରୀର ତଣ୍ଟି କାଟିଲା ନୃଶଂସ ସ୍ୱାମୀ….

ଲକ୍ଷ୍ନୌ: ମାଂସ ପାଇଁ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ । କଥା ଏତେ ଦୂର ଗଲା ଯେ ମହିଳାଙ୍କ ଜୀବନ ଚାଲିଗଲା । ଉତ୍ତରପ୍ରଦେଶର ଆଲିଗଡରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଛୁରୀରେ ଗଳା କାଟି ହତ୍ୟା କରିଛି । ମେହବୁବନଗରର ଷ୍ଟ୍ରିଟ୍ ନମ୍ବର -୫ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଘରକୁ ମାଂସ ନ ଆଣିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଯୁବକ ଜଣକ ଏତେ ରାଗି ଯାଇଥିଲେ ଯେ ହିତାହିତ ଜ୍ଞାନ ହରାଇ ସ୍ତ୍ରୀର ଜୀବନ ନେଇଯାଇଛନ୍ତି । ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସଗିର ନାମକ ଯୁବକ ସୋମବାର ରାତିରେ କାମ ସାରି ଘରକୁ ଫେରିଥିଲେ । ୩୦ ବର୍ଷିୟା ସ୍ତ୍ରୀ ଗୁଡୋ ସ୍ୱାମୀଙ୍କ ହାତରେ ମାଂସ ମଗେଇଥିଲେ । ହେଲେ ସଗିର ଆସିବା ସମୟରେ ମାଂସ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ଏହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ସେତେବେଳେ ପାଖରେ ୩ ପିଲା ମଧ୍ୟ ଉପସ୍ଥିତ ଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ସଗିର ରୋଷେଇ ଘରେ ରଖାଯାଇଥିବା ଛୁରୀ ନେଇ ଗୁଡୋଙ୍କ ବେକକୁ କାଟି ଦେଇଥିଲା । ପିଲାମାନେ ଏହା ଦେଖି ଚିତ୍କାର କରିବା ସହ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ । ଚିତ୍କାର ଶୁଣି ଆଖପାଖର ଲୋକମାନେ ସଗିରଙ୍କ ଘରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖିବା ମାତ୍ରେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲା । ହେଲେ ପଡ଼ୋଶୀ ତାକୁ ଧରି ନେଇଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଗିରଙ୍କୁ ଗିରଫ କରିଛି । ଏଥିସହିତ ଗୁଡୋଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking