28.1 C
Bhubaneswar
Sunday, April 28, 2024
Homeଅପରାଧଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ

ଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ ଆଜି ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ । ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ । ଘଟଣାସ୍ଥଳରେ ବୀରମହାରାଜପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତକ ମନ୍ଦାକିନୀ ପଟନିଆ ଓ ଅଭିଯୁକ୍ତ ଲିଙ୍ଗ ଦେହୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଗତକାଲି ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବା ଶୁଣିବାକୁ ପାଇଥିଲା ଲିଙ୍ଗ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଲିଙ୍ଗ ରାଗିଯାଇ ମନ୍ଦାକିନୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ଏହାପରେ ମନ୍ଦାକିନୀଙ୍କ ମୃତଦେହକୁ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ପରେ ଘଟଣା ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking