29.1 C
Bhubaneswar
Saturday, May 11, 2024
Homeଓଡିଶାଶୁଭାରମ୍ଭ ହେଲା ନୂଆ-ଓ ସ୍କଲାରସିପ୍

ଶୁଭାରମ୍ଭ ହେଲା ନୂଆ-ଓ ସ୍କଲାରସିପ୍

– ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆରମ୍ଭ
– ଛାତ୍ରୀଙ୍କୁ ୧୦ ହଜାର, ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା
– ମାର୍ଚ୍ଚ ୫ରେ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଛାତ୍ରବୃତ୍ତି
– ତିନିି ଜିଲ୍ଲା ଗସ୍ତ କରି ଛାତ୍ରବୃତ୍ତି ବାଣ୍ଟିଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ଶୁଭାରମ୍ଭ ହୋଇଛି ନୂଆ-ଓ ସ୍କଲାରସିପ୍ । ପ୍ରାରମ୍ଭିକ ସ୍ତରରେ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରୁ ତାହା ଆରମ୍ଭ ହୋଇଛି । ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ଦିଆଯାଇଛି । ମାର୍ଚ୍ଚ ୫ରେ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଛାତ୍ରବୃତ୍ତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ୍ । ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢ଼ାରେ ରହିବନି ଅର୍ଥର ଅଭାବ । ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟା ମଧ୍ୟ କିଛିମାତ୍ରାରେ କମ୍ ହେବ । ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ଯୁକ୍ତ ତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ୍ କାର୍ଡ଼ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ୟାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ଏଥିରେ କାର୍ଡ଼କୁ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ୱପ୍ନକୁ ସାକାର କରିବାକୁ ବଳ ଯୋଗାଇବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ସମ୍ବଲପୁର,ଦେବଗଡ଼, ଓ ଅନଗୁଳ ଗସ୍ତ କରି ଛାତ୍ରତ୍ତି ବାଣ୍ଟିଛନ୍ତି । ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପାୟନ ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ନୂଆ ଓ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ଅନୁସାରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ଯୋଜନାରେ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯାଇଛି । ସେହିପରି ଏସ୍‌ସି,ଏସ୍‌ଟି ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ହଜାର ଟଙ୍କା ଓ ଝିଅଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ସ୍ଥାୟୀ ସରକାରୀ ଚାକିରିଆ ଅଥବା ଆୟକର ଦେଉଥିବା ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପିଲାମାନେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ବିବେଚିତ ହେବେନାହିଁ । ଏଥିପାଇଁ ଆସନ୍ତା ଶିକ୍ଷା ବର୍ଷରୁ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ କରାଯିବ । ଶିକ୍ଷା ତଥା ବିଭିନ୍ନ ଆକ୍ଟିଭିଟିଜରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ପାଣ୍ଠିରୁ ଉଚ୍ଚ ବୃତ୍ତି ରାଶି ପ୍ରଦାନ କରାଯିବ । ଅଗଷ୍ଟ ମାସ ସୁଦ୍ଧା ‘ନୂଆ- ଓ ମ୍ୟାଜିକ ସ୍ମାର୍ଟ କାର୍ଡ଼’ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଏଥିରେ ଛାତ୍ରଛାତ୍ରୀ ବସ, ଟ୍ରେନରେ ଯାତ୍ରା ସମୟରେ ଫ୍ରି ୱାଇଫାଇ, ଅନଲାଇନ କୋର୍ସ, ସ୍କିଲ ଡେଭେଲପମେଣ୍ଟ, କୋଚିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ ବିଶେଷ ସୁବିଧା ପାଇ ପାରିବେ ।

ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଏକ ଐତିହାସିକ ଦିନ । ଯୁବକ ଯାହା ସ୍ୱପ୍ନ ଦେଖିବ, ତାକୁ ସାକାର କରିପାରିବ । ଏହା ରାଜ୍ୟ ପାଇଁ ସୁବର୍ଣ୍ଣ ଯୁଗ ହେବ । ୨୦୩୬ ସୁଦ୍ଧା ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ୍ ଦେଇଛନ୍ତି । ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି । ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ବଜେଟ୍‌ର ଏକ ବଡ଼ ଭାଗ ଯୁବ ବଜେଟ୍ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ୱପ୍ନକୁ ସରକାର ସାକାର କରିବେ । ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି । ଦେଶରେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ଏହି ୟୁଥ୍ ବଜେଟ୍ ଆଣିବ । ଯୁବବର୍ଗଙ୍କୁ ସଶକ୍ତ କରିବାକୁ ସରକାର ଆଣିବେ ୟୁଥ ବଜେଟ୍ । ଯୁବବର୍ଗଙ୍କ ବିକାଶ ଦିଗରେ ଏହି ବଜେଟ୍‌ରୁ ଅର୍ଥ ଖର୍ଚ୍ଚ ହେବ ।

ତେବେ ପାଠପଢ଼ାରେ ସରକାର ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଧ୍‌ôକାଂଶ ଛାତ୍ରଛାତ୍ରୀ । ସେମାନେ କହିଛନ୍ତି ଯେ, ଅଭାବ ଅସୁବିଧାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ବରଦାନ ସଦୃଶ ହୋଇଛି । ପାଠ୍ୟ ପୁସ୍ତକ ସହ ଅନ୍ୟ ପାଠ୍ୟ ଉପକରଣ କିଣିବାରେ ତାହା ସହାୟକ ହେବ । ଉଲ୍ଲେଖନୀୟ ଯେ, ଗତ ଫେବଅୁଆରୀ ୧୩ରେ ମୁଖ୍ୟମନ୍ତ୍ରୀ ଚଳିତ ଶିକ୍ଷାବର୍ଷର ‘ନୂଆ -ଓ ଛାତ୍ରବୃତ୍ତି’ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲେ । ଉକ୍ତ ଯୋଜନାରେ ରାଜ୍ୟର ସ୍ନାତକ ଶ୍ରେଣୀର ୪.୫ ଲକ୍ଷ ଛାତ୍ରଛାତ୍ରୀ ଓ ସ୍ନାତକୋତ୍ତର ଶ୍ରେଣୀର ୩୨ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫେବୃଆରୀ ୨୦ରୁ ମାସ ଶେଷ ସୁଦ୍ଧା ସିଧାସଳଖ ଟଙ୍କା ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking