27.1 C
Bhubaneswar
Sunday, July 27, 2025
Homeଓଡିଶାଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଆଜି ଭୋରରୁ ସଦର ଥାନା ପଣ୍ଡରିପାନି ଗାଁ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ମୃତକ ହେଲେ ଗାଁର ସୂରଜ କିସାନ (୧୮)। ଗତକାଲି ରାତି ୧୧ଟାରୁ ସେ ନିଖୋଜ ଥିଲେ। ଭୋରରୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକ ଆତ୍ମହତ୍ୟା କରିଥିବା କୁହାଯାଇଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking