29.1 C
Bhubaneswar
Saturday, July 27, 2024
Homeଓଡିଶାପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ୩ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬) । ଏହି ଘଟଣାରେ ଆହୁରି ଯୁବକଙ୍କର ସମ୍ପୃକ୍ତି ରହିଥିବା ପୁଲିସ କହିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗ୍ରାମର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଜରପଡା ଥାନା କେସ ନଂ୩୯୧/୨୩ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା । ପୁଲିସ କହିବା ଅନୁସାରେ ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ କୋରଡ଼ା ଗ୍ରାମର ବିକାଶ ବେହେରା କୋରଡ଼ା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିବା ବେଳେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking