ଗଞ୍ଜାମ : ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିଲା । ଡଙ୍ଗାରେ ୨୫ ଜଣ ଯାତ୍ରୀଙ୍କ ସମେତ ୧୦ଟି ବାଇକ ଥିଲା । ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ସକାଳ ୮ଟା ରେ ଛାଡିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଫସିଯାଇଥିବା ଜଣାପଡ଼ିଛି । ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି । କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି।