ପିପିଲି:ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ପିପିଲି ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀ।ଦୁନିଆଁ ରୁ ସବୁଦିନ ପାଇଁ ମହାରଥୀ ଚାଲି ଯାଇଛନ୍ତି ସତ ହେଲେ ତାଙ୍କୁ ଭଲ ପାଉଥିବା ହଜାର ହଜାର ପ୍ରଶଂସକଙ୍କ ହୃଦୟରୁ ଲିଭିନାହାନ୍ତି ମହାରଥୀ।ଏବେ ବି ଗହଳି ଦେଖିବାକୁ ମିଳୁଛି ତାଙ୍କ ପିପିଲି ନିକଟସ୍ଥ ଫାର୍ମ ହାଉସ ହୁଙ୍କେଇପୁର ଠାରେ।ତାହା ଆଜି ପ୍ରମାଣ କରିଛନ୍ତି ରାଜ୍ୟ ଯୁବ ବିଜେଡିର ସମ୍ପାଦିକା ଲଗ୍ନଦୀପା ମିଶ୍ର ଓ ସମାଜ ସେବି ପ୍ରସନ୍ନ ପାଣି।ମହାରଥୀ ଙ୍କ ଦେହାନ୍ତ ସମୟରେ ଅସୁସ୍ଥ ଥିବା ଏହି ନେତ୍ରୀ ତାଙ୍କର ଶେଷ ଦର୍ଶନ କରି ପାରିନଥିଲେ କିନ୍ତୁ ସୁସ୍ଥ ହେବାପରେ ନିଜକୁ ଆଉ ଅଟକାଇ ପାରିଲେ ନାହିଁ ସିଧା ଧାଇଁ ଆସିଲେ ସେହି ଫାର୍ମ ହାଉସକୁ।ମହାରଥୀ ଛାଡି ଯାଇଥିବା ସ୍ମୃତି ସବୁକୁ ଦେଖି ଭାବ ବିହ୍ଵଳ ହେବା ସହ ଜଣାଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ମହାରଥୀଙ୍କ ନୀତି ଆଦର୍ଶ କୁ ମନେପକାଇ ସହ ତାଙ୍କ ବିୟୋଗରେ ସେ ମର୍ମାହତ ବୋଲି କୋହଭରା କଣ୍ଠରେ କହିଛନ୍ତି ।ଚାଷୀ ମାନଙ୍କୁ ଭଲ ପାଉଥିବା ମାଟିର ମଣିଷ ଆଜି ମାଟିରେ ମିଶିଯାଇଛନ୍ତି।ତାଙ୍କ ବିୟୋଗରେ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି।ଚଷା ପୁଅ ସବୁବେଳେ ଚାଷର କଥା କହୁଥିବାରୁ ମହାରଥୀ ଙ୍କୁ ଭଲ ପାଉଥିବା ଚାଷୀ ମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ସେ ବସୁଥିବା ସ୍ଥାନରେ ଥିବା ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଶେଷରେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି।