ବାଜି ରାଉତଙ୍କ ସହିଦ ଦିବସ ଉପଲକ୍ଷେ ଶୋଭାଯାତ୍ରା ଓ ସଭା

ଯାଜପୁର: ଆଜି ଅଲ ଇଣ୍ଡିଆ ଡି.ୱାଇ.ଓ ଯାଜପୁର ଜିଲ୍ଲା କମିଟି ପକ୍ଷରୁ, କିଶୋର ସହିଦ ବାଜି ରାଉତଙ୍କ ସହିଦ ଦିବସ ଉପଲକ୍ଷେ ଏକ ମଟର ସାଇକେଲ ଶୋଭାଯାତ୍ରା ଧର୍ମଶାଳା ବ୍ଲକ ର ବାଲିକୁଦିଆ ଠାରୁ ବାହାରି ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଗ୍ରାମ ପରିକ୍ରମା କରି ସହିଦପୀଠ ନୀଳକଣ୍ଠପୁର ଠାରେ ପହଂଚି ଥିଲା । ସେଠାରେ ଡି ୱାଇ ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଶରତ ବାରିକ ଙ୍କ ସଭାପତିତ୍ବ ରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇ ଥିଲା । ସର୍ବପ୍ରଥମେ ସହିଦ ସ୍ମୃତିସ୍ତମ୍ବରେ ମାଲ୍ୟଦାନ କଲାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଏହି ସଭାରେ ଡି.ୱାଇ.ଓ ରାଜ୍ୟ ସମ୍ପାଦକ କେଦାରନାଥ ସାହୁ, ସଂଗଠକ କୁଳମଣି ପରିଡା, ପ୍ରଶାନ୍ତ ମଲ୍ଲିକ, ପ୍ରେମାନନ୍ଦ ମଲ୍ଲିକ, ମନୋଜ ଭଞ୍ଜ, ତପନ ସିଂ,ନୀଳକଣ୍ଠ ଜେନା, ଶିକ୍ଷକ ବିଦ୍ୟାଧର ବେହେରା ଓ ଡି.ଏସ.ଓ ରାଜ୍ୟ କମିଟି ସଭ୍ୟ ମନୋଜ ସେଠୀ, ପ୍ରଭୃତି ବାଜି ରାଉତ ସମେତ ନଟ, ପାଣୁ, ଗୁରି, ଫଗୁ, ହୁରୁଷି ଆଦି ସହିଦ ମାନଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ସେଠାରେ ସଭା କାର୍ଯ୍ୟ ଶେଷ ପରେ ଶୋଭାଯାତ୍ରା ଯାଜପୁର ଜିଲ୍ଲାର ଜେନାପୁର ଅଭିମୁଖେ ଯାତ୍ରାକରି ଥିଲା l ଜେନାପୁର ଠାରେ ଥିବା ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟ ଦାନ କଲାପରେ ବାଜିରାଉତ ଙ୍କ ଜୀବନ ସଂଗ୍ରାମ ଉପରେ ବକ୍ତବ୍ୟ ରଖିଥିଲେ ଡି ୱାଇ ଓ ଜିଲ୍ଲା ସମ୍ପାଦକ ଚୈତନ୍ୟ ମହାରଣା ଓ ପବିତ୍ର ସାହୁ।ସଭାପତିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here