28.1 C
Bhubaneswar
Sunday, July 14, 2024
Homeଓଡିଶାଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ବାଇକ ; ୧ ମୃତ , ୧ ଗୁରୁତର

ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ବାଇକ ; ୧ ମୃତ , ୧ ଗୁରୁତର

କଟକ : କଟକ ଜିଲ୍ଲା ସାଲେପୁରରେ ସଡକ ଦୁର୍ଘଟଣା । ନେମାଳ ଯାତ୍ରା ସାରି ଫେରୁଥିବା ସମୟରେ ପୋଲରୁ ଖସି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,ଆଜି ଭୋର ସମୟରେ ମାହାଙ୍ଗା ଅଂଚଳର ଦାମୋଦର ଦାସ ଓ ପ୍ରଦୀପ୍ତ କୁମାର ଦାସ ଏକ ମଟର ସାଇକେଲର ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପାଟନାଳି ଉପରେ ଥିବା ପୋଲ ଉପରୁ ତଳକୁ ଖସି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଦାମୋଦରଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ମୋଟର ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking