26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ:ବୈଜ୍ଞାନିକ

ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ:ବୈଜ୍ଞାନିକ

ନୂଆଦିଲ୍ଲୀ : ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ । ଯାହାକୁ ଖୋଜି ପାଇଛନ୍ତି ବୈଜ୍ଞାନିକ । ଯାହାର ନାମ ହେଉଛି ଥିୟୋମାର୍ଗରିଟା ମାଗ୍ନିଫିକା । ବୈଜ୍ଞାନିକମାନେ ଦାବି କରିଛନ୍ତି କି ଏହି ଖାସ ବ୍ୟାକ୍ଟେରିଆକୁ କ୍ୟାରୋବିୟନ ଦ୍ୱୀପ ସମୂହର ଗ୍ଵାଡେଲିପରେ ଦେଖିବାକୁ ମିଳିଥିଲା । କ୍ୟାରବିୟନ ମୈଗ୍ରୋବର ଦଳ ଦଳରେ ଏହା ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ଟେରିଆ ସାଧାରଣ ବ୍ୟାକ୍ଟେରିଆଠାରୁ ୫ହାଜାର ଗୁଣ ଯୋଁ ବଡ । ଏପର୍ଯ୍ୟନ୍ତ ଏଭଳି ବ୍ୟାକ୍ଟେରିଆ ଦେଖାଯାଇନଥିଲା । ଏହା ଏତେ ବଡ କି ଏହାକୁ ଦେଖିବା ପାଇଁ ମାଇକ୍ରୋସ୍କୋପର ଆବଶ୍ୟକତା ନାହିଁ । ଏହାକୁ ଖାଲି ଆଖିରେ ଦେଖି ହେବ । ବୈଜ୍ଞାନିକଙ୍କର କହିବା କଥା କି ଏହା ଏକ ମଜାଦାର ଖୋଜ । ଏହା ଦ୍ୱାରା ବ୍ୟାକ୍ଟେରିଆ ସହ ଯୋଡା ଅନେକ ପ୍ରଶ୍ନ ର ଜବାବ ମିଳିପାରିବ ଓ ଅନେକ କଥା ସାମନାକୁ ଆସିବ ।

ଏକ ରିପୋର୍ଟ ଅନୁସାରେ ଅଧିକାଂଶ ବ୍ୟାକ୍ଟେରିଆ ମାତ୍ର ୨ମାଇକ୍ରୋମିଟର ଲମ୍ବା ହୋଇଥାନ୍ତି । କିନ୍ତୁ ଯେଉଁ ନୂଆଁ ବ୍ୟାକ୍ଟେରିଆ ମିଳିଛି ତାହା ସାମାନ୍ୟ ବ୍ୟାକ୍ଟେରିଆଠାରୁ ହଜାରେ ଗୁଣ ବଡ ଅଟେ । ସାଧାରଣତ ଗୋଟେ ବ୍ୟାକ୍ଟେରିଆର ସବୁଠୁ ବଡ କୋଷିକା ୭୫୦ମାଇକ୍ରୋମିଟର ଯାଏଁ ଲମ୍ବା ହୋଇପାରେ । କିନ୍ତୁ ନୂଆଁ ବ୍ୟାକ୍ଟେରିଆର କୋଷିକାର ଲମ୍ବ ୯ହଜାର ମାଇକ୍ରୋମିଟର ରୁ ଅଧିକ ।ଏହି ବ୍ୟାକ୍ଟେରିଆ ୨ସେଣ୍ଡିମିଟର ଯାଏଁ ଲମ୍ବା ହୋଇପାରେ । ରିସର୍ଚ୍ଚ କରୁଥିବା କାଲିଫର୍ଣ୍ଣିଆ ଲ୍ୟାବ୍ରୋଟୋରୀ ଫର ରିସର୍ଚ୍ଚ ଇନ କମ୍ପ୍ଲେକ୍ସ ସିଷ୍ଟମର ଜଣେ ଅନୁସନ୍ଧାନକାରୀ କହିଛନ୍ତି ଏହା ଏତେ ବଡ କି ଏହାର ସ୍ଥାନରେ ୬୨୫,୦୦୦ରୁ ଅଧିକ ଇକୋଲାର୍ଡ ବ୍ୟାକ୍ଟେରିଆ ଫିଟ ହୋଇପାରେ ।

ଆଉ ଜଣେ ଅନିସନ୍ଧାକାରୀ କହିଛନ୍ତି କି ନୂଆଁ ବ୍ୟାକ୍ଟେରିଆ ପତଳା ସଫା ସୂତା ଭଳି ଦେଖାଯାଉଛି । ଏହାର ଆକାର ପାଖାପାଖି ମଣିଷର ଆଖିପତା ଭଳି । ଏହି ବ୍ୟାକ୍ଟେରିଆର ନାମକରଣ ଫ୍ରେଞ୍ଚ ବେଷ୍ଟ ୟୁନିଭରସିଟିର ବାୟୋଲୋଜିଷ୍ଟ ଓଲିବର ଗ୍ରାସ କରିଛନ୍ତି ।ୱାଂଶିଟନ ୟୁନିଭରସିଟିର ମାଇକ୍ରୋଲୋଜିଷ୍ଟ କହିଛନ୍ତି କି ଏହା ଏକ ମଜାଦାର ଖୋଜ ଅଟେ । କିନ୍ତୁ ଏହା ମିଳିବା ପରେ ଅନେକ ପ୍ରଶ୍ନ ଉଠୁଛି କି ଏଭଳି କେତେ ବ୍ୟାକ୍ଟେରିଆ ରହିଥିବେ । ତେଣୁ ଏହାକୁ ଆହୁରି ଆଗକୁ ନେବା ଉଚିତ ଓ ଆହୁରି ସନ୍ଧାନ ଜାରି ରହିବା ଉଚିତ ।

ନୂଆଁ ବ୍ୟାକ୍ଟେରିଆ ଦଳଦଳେ ସେଲ୍ସ, ଚଟାନ ଓ ସିସାର ବୋତଲ ଉପରେ ଲାଗିରହିଥିଲା । ଏହି ବ୍ୟାକ୍ଟେରିଆ ଦ୍ୱାରା ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିବ ଯାହାକୁ ଲମ୍ବା ସମୟ ଧରି ଖୋଜାଚାଲିଥିଲା । କିନ୍ତୁ ଏବେ ଯାଏଁ ଏହାପରେ ଆଉ କୌଣସି ସୂଚନା ମିଳିପାରିନାହିଁ ।କିନ୍ତୁ ସେମାନଙ୍କର କହିବା କଥା କି ଏୟାଏଁ ଏହା ବୁଝାପଡୁନି କି ବ୍ୟାକ୍ଟେରିଆ ଏତେ ବଡ କାହିଁକି । ଏହା ସ୍ଥାନ ଅନୁସାରେ ବଡ ନାଁ କୌଣସି ଜୀବକୁ ଖାଇତାଏ ତେଣୁ ଏହାର ଆକାର ବଡ । ଯାହାର ସୂଚନା ଅପେକ୍ଷାରେ ବୈଜ୍ଞାନିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking