40.1 C
Bhubaneswar
Friday, May 3, 2024
Homeଓଡିଶାବ୍ରହ୍ମପୁର-ଜୟପୁର ରାସ୍ତା ହେବ ଏକ୍ସପ୍ରେସ୍ ୱେ

ବ୍ରହ୍ମପୁର-ଜୟପୁର ରାସ୍ତା ହେବ ଏକ୍ସପ୍ରେସ୍ ୱେ

ଭୁବନେଶ୍ୱର: ବ୍ରହ୍ମପୁର-ଜୟପୁର ଭାୟା ରାୟଗଡ଼ା ରାସ୍ତା ଖୁବ୍‌ଶୀଘ୍ର ୪ ଲେନ୍ ବିଶିଷ୍ଟ ହେବାକୁ ଯାଉଛି । ଏହି ୩୩୬ କିମି ଲମ୍ବର ରାସ୍ତାକୁ ରାଜ୍ୟ ସରକାର ଏକ୍ସପ୍ରେସ୍ ୱେରେ ବିକାଶ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ସମ୍ବଲପୁର-ରାଉରକେଲା ମଧ୍ୟରେ ଥିବା ବିଜୁ ଏକ୍ସପ୍ରେସ୍ ୱେ ଭଳି ଦକ୍ଷିଣ ଓଡ଼ିଶାରେ ଉତ୍ତମ ଯୋଗାଯୋଗର ନୂଆ ମାଧ୍ୟମ ସାଜିବ ଏହି ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍ ୱେ । ରାଜ୍ୟ ସରକାର ରାଉରକେଲା ଠାରୁ କୋରାପୁଟ ଜିଲ୍ଲା କୋଟପାଡ଼ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ୱେ ଯୋଜନା ଜରିଆରେ ୪ ଲେନ୍ ସଂଯୋଗ ପାଇଁ ଚିନ୍ତା କରିଛନ୍ତି । ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍ ୱେ ପାଇଁ ଚଳିତ ମାର୍ଚ୍ଚରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ପ୍ରକଳ୍ପଟି ଲାଗି ଜମି ଅଧିଗ୍ରହଣ ବାବଦକୁ ପ୍ରାୟ ୩,୭୫୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଥିଲା । ଏନ୍‌ଏଚ୍‌-୧୬ ସହିତ ଏହି ଏକ୍ସପ୍ରେସ୍ ୱେକୁ ସଂଯୋଗ କରିବା ରାଜ୍ୟ ସରକାରଙ୍କର ମୂଳ ଉଦ୍ଦେଶ୍ୟ । ଏହି ପ୍ରକଳ୍ପଟି ଦୁଇ ଭାଗରେ ବିଭକ୍ତ ହୋଇଛି । ବ୍ରହ୍ମପୁରରୁ ରାୟଗଡ଼ା(୨୦୫ କିମି), ଏବଂ ରାୟଗଡ଼ାରୁ ଜୟପୁର(୧୩୧ କିମି) । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ୪ ଜିଲ୍ଲା ଦେଇ ଏହି ଏକ୍ସପ୍ରେସ୍ ୱେ ଯିବ । ରାଜ୍ୟ ସରକାରଙ୍କ ସୁତ୍ର ମୁତାବକ ଖୁବ୍‌ଶୀଘ୍ର ଏଥିପାଇଁ ଡିପିଆର ପ୍ରସ୍ତୁତ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking