ଭଦ୍ରକ : ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା । ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ୧୭.୮୮ ମିଟର । ଆଖୁଆପଦାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ।
ଫୁଲିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ଥିବାବେଳେ ସକାଳ ଜଳସ୍ତର ରହିଛି ୧୭.୬୯ ମିଟର। ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮.୩୬ ଥିବା ବେଳେ ୩୬.୫୯ ମିଟର ରହିଛି । ସାଳନ୍ଦୀ ନଦୀରେ ବି ବଢୁଛି ଜଳସ୍ତର ।
ବୈତରଣୀ ଓ ସାଳନ୍ଦୀ ନଦୀର ରେବ, କପାଳୀ, ଗେଙ୍ଗୁଟି, କୋଚିଳା ଓ ଯଅ ନଦୀର ଜଳସ୍ତର ବଢିଛି । ଫଳରେ ପାଣି ଘେରରେ ରହଛି ଚାଷଜମି ।