35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ସେ କହିଛନ୍ତି ଯେ, ୧ ସେପ୍ଟେମ୍ବରରୁ ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ । ଲୋକମାନଙ୍କ ପାଇଁ ୬୬ କିଲୋ ଭୋଲ୍ଟ ବୁଟାରୀ-ବିସ୍ ଲାଇନ ସମର୍ପିତ କରିବା ପରେ ସିଏମ୍ ଭଗୱନ୍ତ କହିଛନ୍ତି ଯେ, ରାଜ୍ୟର ଆମ୍ ଆଦମୀ ସରକାର ପ୍ରତ୍ୟେକ ବିଲରେ ମାଗଣା ୬୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପଞ୍ଜାବର ୭୪ ଲକ୍ଷରୁ ୫୧ ଲକ୍ଷ ପରିବାରକୁ ୧ ସେପ୍ଟେମ୍ବରରୁ ‘ଜିରୋ’ ବିଦ୍ୟୁତ୍ ବିଲ୍ ମିଳିବ ।

ଦିଲ୍ଲୀ ପରେ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବରେ ମୋଟ ୭୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ରାଜ୍ୟ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ମାନ୍ ପୂର୍ବରୁ କହିଥିଲେ । ତେବେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପାଇଁ ଦୁଇ ମାସର ବିଲିଂ ସାଇକେଲ ଅଛି । ଏକ ବୟାନରେ ସିଏମ୍ ମାନ କହିଛନ୍ତି ଯେ, ପ୍ରଥମ ଥର ପାଇଁ ରାଜ୍ୟର କୃଷକମାନଙ୍କୁ ପ୍ରଥମଥର ନିୟମିତ, ବିନା କୌଣସି କାଟ ଏବଂ ସରପ୍ଲସ୍ ବିଦ୍ୟୁତ୍ ମିଳୁଛି । ୬୬ କେଭି ଲାଇନ ଉପରେରେ ଭାଗବତ ମାନ୍ କହିଛନ୍ତି ଯେ, ‘ସୀମାନ୍ତ ଜିଲ୍ଲାର ୭୦ ଟି ଗାଁକୁ ନିୟମିତ ଆଲୋକିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଲାଇନ ଗତ ଏକ ଦଶନ୍ଧି ଧରି ଜଳୁଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking