32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପୁଣି ଜନତାଙ୍କ ଉପରେ ଟିକସ ବୋଝ ଲଦିଲେ ସରକାର, ଘରଭଡ଼ା ଉପରେ ଲାଗିବ ଜିଏସ୍‌ଟି

ପୁଣି ଜନତାଙ୍କ ଉପରେ ଟିକସ ବୋଝ ଲଦିଲେ ସରକାର, ଘରଭଡ଼ା ଉପରେ ଲାଗିବ ଜିଏସ୍‌ଟି

ନୂଆଦିଲ୍ଲୀ : ପୁଣି ଜନତାଙ୍କ ଉପରେ ଟିକସ ବୋଝ ଲଦିଲେ ସରକାର । ଘରଭଡ଼ା ଉପରେ ଲାଗିବ ଜିଏସ୍‌ଟି । ନୂଆ ନିୟମ ଅନୁସାରେ ଆବାସିକ ସମ୍ପତ୍ତି ଭଡ଼ାରେ ନେଲେ ଭଡ଼ାଟିଆଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏହି ନିଷ୍ପତ୍ତି ଗତ ମାସ ଜୁଲାଇ ୧୮ରୁ ଲାଗୁ ହୋଇଛି । ତେବେ ସବୁ ଭଡ଼ାଟିଆଙ୍କ ଠାରୁ ଜିଏସଟି ଆଦୟ କରାଯିବ ନାହିଁ । କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ନିଆ ଯାଉଥିବା ଘରଭଡ଼ା ଉପରେ ଜିଏସଟି ଲାଗିବ। ଯେଉଁମାନେ ବ୍ୟବସାୟ ପାଇଁ ଘର ଭଡ଼ାରେ ନେଇଛନ୍ତି ତଥା ଜିଏସଟି ଦେୟ ବର୍ଗ ଅଧୀନରେ ଅଛନ୍ତି, ସେମାନଙ୍କ ଠାରୁ ହିଁ ଟିକସ ଦେବାକୁ ପଡିବ । ପ୍ରାଇଭେଟ କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲେ ସେମାନଙ୍କୁ ବାଦ ଦିଆଯିବ । ରିଜର୍ଭ ଚାର୍ଜ ମେକାରନିଜିମ ଅଧୀନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ।

ଘର ମାଲିକ କିମ୍ବା ଜମି ମାଲିକଙ୍କୁ ଏହି ଜିଏସଟି ଦେବାକୁ ପଡ଼ିବନି। ଯେଉଁମାନେ ଆବାସିକ ସମ୍ପତ୍ତି ଭଡା କିମ୍ବା ବ୍ୟବସାୟ ପାଇଁ ଲିଜ୍ ନେଇଛନ୍ତି, ସେମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ସେହିପରି ଯେଉଁମାନେ ରେସିଡେନସିଆଲ ପ୍ରପର୍ଟିକୁ ଗେଷ୍ଟ ହାଉସ୍‌ ତଥା କର୍ମଚାରୀଙ୍କ ରହିବା ପାଇଁ ବ୍ୟବହାର କରନ୍ତି ତାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବ । କର୍ମଚାରୀମାନଙ୍କୁ ମାଗଣା ଆବାସ ପ୍ରଦାନ କରୁଥିବା କମ୍ପାନୀ ଗୁଡିକର ଖର୍ଚ୍ଚ ବୃଦ୍ଧି ହେବ । ପୂର୍ବ ନିୟମ ଅନୁସାରେ , ଅଫିସ୍‌ କିମ୍ଭା ରିଟେଲ୍‌ ସ୍ପେସ୍‌ ପରି ସ୍ଥାନରେ ଘର ଭଡ଼ା ଲିଜ୍‌ରେ ନେଲେ ଜିଏସଟି ଦେବାକୁ ପଡ଼ୁଥିଲା। ଆବାସିକ ସମ୍ପତ୍ତିକୁ କୌଣସି କର୍ପୋରେଟ୍ ହାଉସ୍ କିମ୍ବା କୌଣସି ସାଧାରଣ ଭଡ଼ାଟିଆ ଭଡ଼ାରେ ନେଲେ ଜିଏସଟି ଦେବାକୁ ପଡ଼ୁନଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking