28.1 C
Bhubaneswar
Saturday, April 20, 2024
Homeଅପରାଧଶିଶୁକନ୍ୟା ଖୋଜୁଛି ବାପର ପରିଚୟ … ଅଭିଆଡ଼ି ମା ହେଲେ ଥାନାର ଦ୍ଵାରସ୍ଥ

ଶିଶୁକନ୍ୟା ଖୋଜୁଛି ବାପର ପରିଚୟ … ଅଭିଆଡ଼ି ମା ହେଲେ ଥାନାର ଦ୍ଵାରସ୍ଥ

କଳାହାଣ୍ଡି : ପ୍ରଥମେ ପ୍ରେମ ନିବେଦନ ପରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ। ପରେ ଅବିବାହିତା ଗର୍ଭବତୀ ହୋଇ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିବା ବେଳେ ଲମ୍ପଟ ପ୍ରେମିକ ନିଜ ଶିଶୁ କନ୍ୟା କୁ ବାପା ର ପରିଚୟ ଦେବାକୁ ମନା କରୁଥିବା ବେଳେ ଅବିବାହିତା ମା ଏବେ ନିଜ ଜନ୍ମିତ ଶିଶୁ ର ବାପା ଙ୍କ ପରିଚୟ ମାଗିବାକୁ ଆଇନ ର ଦ୍ୱାରସ୍ଥ ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ଏକ ଗରୀବ ନିରୀହ ଆଦିବାସୀ ଯୁବତୀ ସାତ ଦିନ ହେବ ଶିଶୁକନ୍ୟା ଟିଏ ଜନ୍ମ ଦେଇଛନ୍ତି ହେଲେ ଶିଶୁଟିର ବାପର ପରିଚୟ ମିଳିପାରିନାହିଁ । ଏପରି ପରିସ୍ଥିରେ ଯୁବତୀ ଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି କିଏ ବା ସାହାରା ଦେବ । ନିଜର ତୋ କେହି ନାହାଁନ୍ତି ପରିବାର କହିଲେ ସେ ନିଜେ ଓ ରୋଗୀ ବାପାଟିଏ । ଥୁଆମୂଳ ରାମପୁର ଯାକେଶପଦର ରାବିତ ନାଏକ ଗତ ତିନି ବର୍ଷ ହେଲା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେଲା ପରେ ତାଙ୍କୁ ତିରସ୍କାର କରିବା ସହ ରାବିତ ନାଏକ । ଯୁବତୀଙ୍କ କୌଣସି ସମ୍ପର୍କ କିମ୍ବା ଯୋଗାଯୋଗ ରଖିନଥିଲେ । ବର୍ତ୍ତମାନ ଯୁବତୀ ଜଣକ ନିଜର ଅଧିକାର ମାଗିବାରୁ ସେ ମାନସିକ ଚାପ ପ୍ରୟୋଗ କରି ଧମକ ଦେବାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାର କଥା କହୁଥିଲେ । ବର୍ତ୍ତମାନ ଶିଶୁକନ୍ୟା ଜନ୍ମ ହୋଇ ସାତ ଦିନ ବିତିଯାଇଥିଲେ ମଧ୍ୟ ବେସାହାରା ଅବିବାହିତା ମା ତାର ନବଜାତ ଶିଶୁ କୁ ଧରି ବାପା ର ପରିଚୟ ମାଗିବାକୁ ଥାନାର ଦ୍ୱାରସ୍ଥ ତେଣୁ ଜିଲ୍ଲା ଶିଶୁକଲ୍ୟାଣ ଅଧିକାରୀ ଦୃଷ୍ଟି ଦେଇ ଯୁବତୀଙ୍କୁ ନ୍ୟାୟ ଦେବା ସହ ଦୋଷୀଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking